www.samajalive.in
Saturday, December 6, 2025
16.1 C
Bhubaneswar

ଭାରତରେ ଘଣ୍ଟାକୁ ମରୁଛନ୍ତି ୧୫୦; ୧୦ ଦିନରେ ମୃତ୍ୟୁସଂଖ୍ୟା ବିଶ୍ୱରେ ସର୍ବାଧିକ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାଡିଚାଲିବା ସହିତ ଦିନକୁ ଦିନ ଅଧିକରୁ ଅଧିକ ଜୀବନ ନେବାରେ ଲାଗିଛି। ଆଜି ଦୈନିକ ସଂକ୍ରମଣ ସଂଖ୍ୟା ୪ ଲକ୍ଷ ୧୪ ହଜାର ଅତିକ୍ରମ କରିଛି। ଗତ କିଛିଦିନ ଧରି ଦେଶରେ ଦୈନିକ ୩ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହେବାସହିତ ଗତ ୧୦ ଦିନ ଧରି ଘଣ୍ଟାକୁ ହାରାହାରି ୧୫୦ ଜଣ ଲୋକଙ୍କର କରୋନାରେ ମୃତ୍ୟୁ ଗଟିଛି। ୧୦ ଦିନ ମଧ୍ୟରେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୬,୧୧୦ ହୋଇଛି, ଯାହା ବିଶ୍ୱର ଗୋଟିଏ ଦେଶରେ ୧୦ ଦିନରେ କରୋନା ଜନିତ ସର୍ବାଧିକ ମୃତ୍ୟୁସଂଖ୍ୟା ବୋଲି ଜଣାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂତ୍ରରୁ ଜଣାଯାଇଛି, ଆମେରିକାରେ ୧୦ ଦିନରେ କରୋନା ମୃତ୍ୟୁସଂଖ୍ୟା ୩୪,୭୯୮ ଏବଂ ବ୍ରାଜିଲରେ ଏହା ୩୨,୬୯୨ ରହିଛି। ସେହିଭଳି ମେକ୍ସିକୋ ଏବଂ ବ୍ରିଟେନରେ ଏହା ଯଥାକ୍ରମେ ୧୩,୮୯୭ ଓ ୧୩,୨୬୬ ରହିଥିବା ଜଣାଯାଇଛି। ତାହାସହିତ ଚଳିତ ସପ୍ତାହରେ ଦେଶରେ କରୋନା ସଂକ୍ରମିତଙ୍କ ମୋଟ ସଂଖ୍ୟା ୨ କୋଟିକୁ ଅତିକ୍ରମ କରିଛି। ଗତକାଲି ଗୋଟିଏ ଦିନରେ ୪ ଲକ୍ଷ ୧୪ହଜାର ୧୮୮ ନୂଆ ସଂକ୍ରମିତ ଚିହ୍ନଟ ହେବାପରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୧୪ ଲକ୍ଷ ୯୧ ହଜାର ୫୯୮କୁ ବୃଦ୍ଧିପାଇଛି। କରୋନା ମହାମାରୀକୁ ମୁକାବିଲା କରିବାରେ ଭାରତର ସ୍ୱାସ୍ଥ୍ୟସେବା ପର୍ଯ୍ୟାପ୍ତ ହେଉନଥିବାବେଳେ ବିଶ୍ୱର ବିଭିନ୍ନ ରାଷ୍ଟ୍ର ଏ କ୍ଷେତ୍ରରେ ସହାୟତାର ହାତ ବଢାଇଛନ୍ତି। ବିଶେଷକରି ଦେଶରେ ଡାକ୍ତରଖାନା ଅମ୍ଳଜାନ ନିଅଣ୍ଟ ପରିସ୍ଥିତି ସୁଧାରିବାକୁ ବିଦେଶୀ ରାଷ୍ଟ୍ରଗୁଡିକ ଅମ୍ଳଜାନ ସାନ୍ଦ୍ରକ, ଅମ୍ଳଜାନ ଥଳି, ଟ୍ୟାଙ୍କର ସମେତ ତରଳ ଅମ୍ଳଜାନ ଯୋଗାଇବାରେ ଲାଗିଛନ୍ତି। ଏପରିକି ଦେଶ ଭିତରେ ଅମ୍ଳଜାନ ଉତ୍ପାଦନ ବୃଦ୍ଧି କରିବାକୁ ସମସ୍ତ ପଦକ୍ଷେପ ନିଆଯାଉଛି। ଇତିମଧ୍ୟରେ ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଦେଇ କହିଛନ୍ତି ଯେ ଏହି ମହାମାରୀର ତୃତୀୟ ଲହର ଅବଶ୍ୟମ୍ଭାବୀ। ତେବେ ଏହା କେବେ ଆସିବ ଏବଂ କେତେ ମାରାତ୍ମକ ହେବ, ତାହା ଏବେଠାରୁ ଆକଳନ କରିବା କଷ୍ଟକର ବୋଲି ସେମାନେ କହିଛନ୍ତି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories