bjd  ek lkhya koti banner

କାକଟପୁରରେ ନକଲି କରୋନା ପରୀକ୍ଷାକେନ୍ଦ୍ର ଠାବ ; ଜଣେ ଗିରଫ

mission shakti banner

ପୁରୀ  କରୋନା କାୟା ସାରା ରାଜ୍ୟରେ ଭୟର ବାତାବରଣ ସୃଷ୍ଟି କରିଥିବା ବେଳେ ପୁରୀ ଜିଲା କାକଟପୁରରେ ଏକ ନକଲି କରୋନା ପରୀକ୍ଷାକେନ୍ଦ୍ର ଠାବ ହୋଇଥିବା ନେଇ ଶୁକ୍ରବାର ଖବର ମିଳିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ କେନ୍ଦ୍ରଟିକୁ ସିଲ କରିଛି । ଏହାସହ ସେଠାରୁ ବହୁ ଉପକରଣ ଓ ନକଲି ପରୀକ୍ଷା ରିପୋର୍ଟ ମଧ୍ୟ ଜବତ କରିଛି। ଠକେଇ ଓ ଜାଲିଆତି ଅଭିଯୋଗରେ ପ୍ରକାଶ ଦାସଙ୍କୁ ଗିରଫ ଗିରଫ କରାଯାଇଛି। ପ୍ରକାଶଙ୍କ ଆଉ ଜଣେ ସହଯୋଗୀ ଫେରାର ହୋଇଯାଇଛି। ଟଙ୍କା ନେଇ ବହୁ ଲୋକଙ୍କୁ ନକଲି ପରୀକ୍ଷା ରିପୋର୍ଟ ଦିଆଯାଇଥିବା ବେଳେ ସେଠାକାର ଡ଼ାକ୍ତର ଓ ଅନ୍ୟ କର୍ମଚାରୀମାନେ ନକଲି ବୋଲି ସୂଚନା ମିଳିଛି। ଘଟଣାର ତଦନ୍ତ ଜାରି ରହିଛି।

Comments are closed.