www.samajalive.in
Saturday, December 6, 2025
26.1 C
Bhubaneswar

ବିମାନ ଆମ୍ବୁଲାନ୍ସର ଚକ ବାହାରିଗଲା; ବିମାନ ବନ୍ଦରରେ କଲା ବେଲି ଲ୍ୟାଣ୍ଡିଂ

ମୁମ୍ବଇ: ଜଣେ ଗୁରୁତର ରୋଗୀଙ୍କ ଜରୁରୀ ଚିକିତ୍ସା ଆବଶ୍ୟକ ପଡିବାରୁ ତାଙ୍କୁ ବିମାନ ଆମ୍ବୁଲାନ୍ସ ଯୋଗେ ଅଣାଯାଉଥିଲା। କିନ୍ତୁ ବିମାନଟି ଉପରକୁ ଉଠିବା ପରେ ତାହାର ଗୋଟିଏ ଚକ ବାହାରି ଖସିପଡିଲା। ପାଇଲଟ ଏକଥା ଜାଣିପାରିଥିଲେ। କିନ୍ତୁ କିଛି ଉପାୟ ନଥିଲା। ବିମାନଟି ଉଡାଣ କଲା ଏବଂ ତାହାର ଗନ୍ତବ୍ୟସ୍ଥଳରେ ପହଞ୍ଚିବାପରେ ସେଠାରେ ବେଲି ଲ୍ୟାଣ୍ଡିଂ କଲା। ଅର୍ଥାତ ଚକ ନଥିବାରୁ ବିମାନଟି ପେଟେଇ ଭୂମିରେ ଆସି ରହିଗଲା। ଯୋଗକୁ ଉକ୍ତ ବିମାନରେ ଥିବା ରୋଗୀ ସମେତ ବିମାନ ଚାଳକ ଏବଂ ଅନ୍ୟମାନଙ୍କର କିଛି କ୍ଷତି ଘଟିନାହିଁ।
ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ଗତକାଲି। ନାଗପୁରରୁ ଏକ ବିମାନ ଆମ୍ବୁଲାନ୍ସରେ ଜଣେ ରୋଗୀଙ୍କୁ ମୁମ୍ବଇ ଅଣାଯାଉଥିଲା। ବିମାନଟି ନାଗପୁର ବିମାନ ବନ୍ଦରରୁ ଉଡାଣ ଆରମ୍ଭ କରିବାପରେ ତାହାର ଗୋଟିଏ ଚକ ତଳକୁ ଖସିପଡିଲା। ସେଠାରେ କର୍ତ୍ତବ୍ୟରତ କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀର ଜଣେ ଯବାନ ଏହା ଦେଖି ତୁରନ୍ତ ବିମାନ ବନ୍ଦର କର୍ତ୍ତୃପକ୍ଷ ଏବଂ ବିମାନ ଚଳାଚଳ ନିୟନ୍ତ୍ରକଙ୍କୁ ଜଣାଇଥିଲେ। ସଙ୍ଗେ ସଙ୍ଗେ ବିମାନ ଚଳାଚଳ ନିୟନ୍ତ୍ରକ (ଏଟିସି) ଅନ୍ୟମାନଙ୍କୁ ଏହା ଅବଗତ କରାଇବା ସହିତ ବିମାନକୁ ମୁମ୍ବଇ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରାଯିବାକୁ ନିଷ୍ପତ୍ତି ନିଆଗଲା। ତେବେ ସମସ୍ତେ ଚିନ୍ତିତ ହୋଇପଡିଲେ, ବିମାନଟି ନିରାପଦରେ ଅବତରଣ କରିପାରିବ କି ନାହିଁ ସେଥିନେଇ ସମସେନ୍ତ ସନ୍ଦିହାନ ଥିଲେ। ବିମାନ ଚାଳକଙ୍କୁ କିଭଳି ବେଲି ଲ୍ୟାଣ୍ଡିଂ କରିବାକୁ ହେବ ତାହା କୁହାଗଲା। ଶେଷରେ ବିମାନଟି ମୁମ୍ବଇର ଛତ୍ରପତି ଶିବାଜୀ ବିମାନ ବନ୍ଦରରେ ବେଲି ଲ୍ୟାଣ୍ଡିଂ କଲା। ଉକ୍ତ ବିମାନଟି ଜେଟସର୍ଭ ଆଭିଏସନ କମ୍ପାନୀ ମାଲିକାନାରେ ଥିବା ବିଚକ୍ରାଫ୍ଟ ଭିଟି-ଜେଆଇଏଲ ବୋଲି ଜଣାଯାଇଛି। ଏହାର ବିମାନ ଚାଳକ କହିଛନ୍ତି, ବିମାନର ଗୋଟିଏ ଚକ ଖସିପଡିବା ବିଷୟରେ ସେ ଅବଗତ ଥିଲେ। ତାଙ୍କୁ ଦିଆଯାଇଥିବା ପରାମର୍ଶ ଅନୁଯାୟୀ ସେ ତାହାକୁ ବେଲି ଲ୍ୟାଣ୍ଡିଂ କରାଇଥିଲେ। ଏଥିରେ କାହାର କିଛି କ୍ଷତି ଘଟିଟନାହିଁ। ତୁରନ୍ତ ରୋଗୀ ଜଣଙ୍କୁ ମୁମ୍ବଇର ନାନାବତୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories