www.samajalive.in
Sunday, December 7, 2025
14.1 C
Bhubaneswar

ବିଏମ୍‌ସି ବିଦ୍ୟୁତ୍‌ ବିଭାଗର ବିଚିତ୍ର ସେବା: ଗଛ ଡାଳ, କ୍ୟାବିନ୍‌ ଭରସାରେ ଖୁଣ୍ଟ

ଉତ୍ତରଭୁବନେଶ୍ୱର: ସ୍ମାର୍ଟସିଟି ଭୁବନେଶ୍ୱରର ପ୍ରମୁଖ ଅଞ୍ଚଳ ଭାବେ ସହିଦନଗର ପରିଚିତ। ଏହି ଅଞ୍ଚଳରେ ଏବେ ସ୍ମାର୍ଟସିଟି ପ୍ରକଳ୍ପ କାର୍ୟ୍ୟ ଜାରି ରହିଥିବା ବେଳେ କାର୍ଯ୍ୟ ସମ୍ପାଦନ ଦାୟିତ୍ବରେ ଥିବା ବିଭିନ୍ନ ବିଭାଗ ଅବହେଳା କରୁଥିବା େନଇ ଅଭିେଯାଗ ହେଉଛି। ବିଶେଷକରି ସହିଦନଗର ସ୍ମାର୍ଟ ପାର୍କ ପାର୍ଶ୍ବ ଏବଂ ଭିତରେ ଶତାଧିକ ଷ୍ଟ୍ରିଟ୍‌ ଲାଇଟ୍‌ ଥିବା ବେଳେ ଏବେ ସେଗୁଡ଼ିକ ଦୁର୍ବଳ ହୋଇ ଗଛ ଡାଳରେ ଆଉ କେଉଁଠି କ୍ୟାବିନ୍‌ ଉପରେ ଲଟକିଛି। ଏପରି ଦୃଶ୍ୟ ସ୍ମାର୍ଟସିଟିର ବାସ୍ତବତାକୁ ସୂଚାଉଥିବା ବେଳେ ସମ୍ପୃକ୍ତ ବିଭାଗ ଗହନ ନିଦରେ ଥିବା ଅଭିଯୋଗ ହେଉଛି।

- Advertisement -

ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳର ସହିଦନଗର ପାର୍କ ୨୦୧୮ ଜୁଲାଇ ୯ରେ ସ୍ମାର୍ଟ ପାର୍କର ମାନ୍ୟତା ଲାଭ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଏହାକୁ ଉଦ୍‍ଘାଟନ କରିଥିଲେ। ସେହି ସମୟରେ ପାର୍କର ବାହାର ଏବଂ ଭିତର ପାର୍ଶ୍ବ ଆଲୋକୀକରଣ ପାଇଁ ବିଏମ୍‌ସି ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଷ୍ଟ୍ରିଟ୍‌ ଲାଇଟ୍‌ ବ୍ୟବସ୍ଥା କରାଯାଇଥିଲା। ଏବେ ସେହି ଖୁଣ୍ଟ ସମ୍ପୂର୍ଣ୍ଣ ନୂତନ ଥିବା ଦେଖାଯାଉଥିବାବେଳେ ମାତ୍ର ବର୍ଷେ ଦୁଇ ବର୍ଷ ଭିତରେ ଖୁଣ୍ଟ ତଳୁ କଳଙ୍କି ଲାଗି ଗଲାଣି। ଫଳରେ େକତେକ ସ୍ଥାନରେ ମୂଳ ପିଣ୍ଡି ଭୁଶୁଡ଼ି ପଡ଼ିଲାଣି ତ ଆଉ କାହାର ପିଣ୍ଡି ମୂଳରୁ ଖୁଣ୍ଟ ନଷ୍ଟ ହୋଇ ମୋଡ଼ି ହୋଇ ଗଛ ଉପରେ ଶୋଇ ପଡ଼ିଲାଣି। ଏକାଧିକ ଖୁଣ୍ଟ ଅବସ୍ଥା ଏପରି ହୋଇଥିବାବେଳେ ନାମକୁ ମାତ୍ର ଖୁଣ୍ଟରେ ଆଲୁଅ ଜଳୁଥିବା ଲୋକେ କହିଛନ୍ତି। ଷ୍ଟ୍ରିଟ୍‌ ଲାଇଟ୍‌ ଖୁଣ୍ଟର ଏପରି ବିପଦପୂର୍ଣ୍ଣ ଅବସ୍ଥାକୁ ନେଇ ସ୍ଥାନୀୟ ଲୋକେ ଚିନ୍ତା ପ୍ରକଟ କରିଥିବାବେଳେ ବିଏମ୍‌ସିରେ ଅଭିଯୋଗ କରାଯାଉଥିଲେ ବି କେହି କର୍ଣ୍ଣପାତ କରୁନଥିବା ସ୍ଥାନୀୟ ଲୋକେ କହିଛନ୍ତି।

ମତାମତ..

ବିଶ୍ୱକଲ୍ୟାଣ ପଟ୍ଟନାୟକ (ବାସିନ୍ଦା): ସହିଦନଗର ସ୍ମାର୍ଟସିଟି ପାର୍କର ଭିତର ଏବଂ ବାହାରେ ଲାଗିଥିବା ଷ୍ଟ୍ରିଟ୍‌ ଲାଇଟ୍‌ ଖୁଣ୍ଟ ଏବେ ନଷ୍ଟ ହୋଇଗଲାଣି। ବିଭିନ୍ନ ସ୍ଥାନରେ ଦୁଇରୁ ଅଧିକ ଖୁଣ୍ଟ ବାହାରେ ପଡ଼ିଥିବାବେଳେ ଏକାଧିକ ସ୍ଥାନରେ ଗଛ ଡାଳ ଉପରେ ଅଟକି ରହିଛି। ତୁରନ୍ତ ଏସବୁର ପରିବର୍ତ୍ତନା କରା ନ ଗଲେ ଭବିଷ୍ୟତରେ ଅଘଟଣକୁ ଏଡ଼ାଇ େହବନାହିଁ।
ସୁନୀଲ କୁମାର ବାରିକ(ବାସିନ୍ଦା): ଷ୍ଟ୍ରିଟ୍‌ ଲାଇଟ୍‌ ଲାଗିବାର ଦୁଇବର୍ଷ ଭିତରେ ଭାଙ୍ଗି ଗଳିପଡ଼ିଲାଣି। ବିଭିନ୍ନ ସମୟରେ ମରାମତି ଆଳ ଦେଖାଇ କେବଳ ଅର୍ଥ ହରିଲୁଟ୍‌ ହୋଇଛି। ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଜଣାଇଲେ ଭାଙ୍ଗିଥିବା ଖୁଣ୍ଟକୁ କାଢ଼ି ଦେବୁ କିନ୍ତୁ ଲଗାଇ ପାରିବୁ ନାହିଁ ବୋଲି ଉତ୍ତର ଦେଉଛନ୍ତି।
ପ୍ରମୋଦ କୁମାର ସ୍ୱାଇଁ (ବାସିନ୍ଦା): ଷ୍ଟ୍ରିଟ୍‌ ଲାଇଟ୍‌ ଖୁଣ୍ଟ ପାଇଁ କରାଯାଇଥିବା ପିଣ୍ଡି ଭାଙ୍ଗି ଯାଇଥିବା ବେଳେ ଖୁଣ୍ଟଗୁଡ଼ିକ ମୂଳରୁ ମୋଡ଼ି ହୋଇ ଶୋଇ ଗଲାଣି। ପ୍ରାୟ ୪ରୁ ଅଧିକ ଖୁଣ୍ଟ ଭାଙ୍ଗି ତଳେ ଶୋଇଥିବାବେଳେ ଏକାଧିକ ଖୁଣ୍ଟ ବିଭିନ୍ନ ଗଛ କିମ୍ବା କ୍ୟାବିନ୍‌ ଉପରେ ଭରାଦେଇ ରହିଛି।
ସୁକାନ୍ତ ସାବତ, ସହାୟକ କାର୍ୟ୍ୟନିର୍ବାହୀ ଯନ୍ତ୍ରୀ: ବିଏମ୍‌ସି ବିଦ୍ୟୁତ୍‍ ବିଭାଗ: ଅଭିଯୋଗ ଅନୁସାରେ ସରଜମିନ ତଦନ୍ତ କରିବାକୁ ପଡ଼ିବ। ସ୍ଥିତି ଦେଖିବା ପରେ ତୁରନ୍ତ ପଦକ୍ଷେପ ନିଆଯିବ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories