ଜୀବନ ବିନ୍ଦୁ ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର

ରେଙ୍ଗାଲିକ୍ୟାମ୍ପ: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭ ଜନ୍ମଦିନ ଅବସରରେ ଅତାବିରା ମାରୱାଡ଼ି ଧର୍ମଶାଳାରେ ସୋମବାର ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଧାୟିକା ତଥା ରାଜ୍ୟ ବିଜେଡି ମହିଳା ସଭାପତି ସ୍ନେହାଙ୍ଗିନୀ ଛୁରିଆଙ୍କ ଅଧ୍ୟକ୍ଷତାରେ ତଥା ତାଙ୍କ କରକମଳରେ ଉଦଘାଟିତ ଏହି ରକ୍ତଦାନ ଶିବିରରେ ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁର ରାଜ୍ୟ ସଦସ୍ୟ ଗୌରହରି ମିଶ୍ର, ଢେଙ୍କାନାଳ ବିଧାୟକ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ସୁଧୀର ସାମଲ, ଭେଡେନ ବ୍ଲକ ବିଜେଡି ସଭାପତି ତଥା ଶୋଷାଇଟି ସଭାପତି ହରିଶଙ୍କର ବେହେରା, ଅତାବିରା ବିଜେଡି ସଭାପତି ସିଦ୍ଧାର୍ଥ ଶଙ୍କର ପଣ୍ଡା ପ୍ରମୁଖ ଶିବିରକୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରୁ ପ୍ରବାଦ ପୁରୁଷ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ ସହ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା।

prayash

ଏହି ରକ୍ତଦାନ ଶିବିରରେ ୩୨୦ ୟୁନିଟ ରକ୍ତ ସଂଗୃହୀତ ହୋଇଛି। ଏଥିରେ ଭେଡେନ ଓ ଅତାବିରା ବ୍ଲକରୁ ସ୍ଵେଚ୍ଛାକୃତ ରକ୍ତଦାତା ରକ୍ତ ଦାନ କରିଥିଲେ । ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ ବୁର୍ଲାର ଡଃ ପ୍ରଣୀତ କୁମାର ପୂଜାରୀଙ୍କ ନେତୃତ୍ବରେ ପିଆରଓ ଦେବାଶିଷ ମିଶ୍ର, ଟେକ୍ନିସିଆନ ପଦ୍ମିନୀ ଶତପଥୀ, ରୋଜାଲି ନାଏକ, ମଧୁସ୍ମିତା ଦାଶ, ଶ୍ରୀକାନ୍ତ ସ୍ୱାଇଁଙ୍କ ସମେତ ବରଗଡ଼ ରକ୍ତ ଭଣ୍ଡାରର ୭ ଜଣ କର୍ମଚାରୀ ରକ୍ତ ସଂଗ୍ରହ କାର୍ଯ୍ୟରେ ସହଯୋଗ କରିଥିଲେ । ଏଥିରେ ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକ, ଏନଏସି ଅଧ୍ୟକ୍ଷ ବନମାଳୀ ବରିହା, ଉପାଧ୍ୟକ୍ଷା ଅନୁଶୟା ବିଶ୍ଵାଳ, ବ୍ଲକ ଉପାଧ୍ୟକ୍ଷ ଅନନ୍ତ ମେହେର, ବ୍ଲକ ବିଜେଡି ଉପାଧ୍ୟକ୍ଷା ସୁଜାତା ପଣ୍ଡା, ଅତାବିରା ଆରଏମସି ଉପସଭାପତି ସୁବାସ ହୋତା, ଭେଡେନ ଓ ଅତାବିରା ବ୍ଲକର ସମସ୍ତ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, ଆତ୍ମା ସଭାପତି ପ୍ରଶାନ୍ତ ମିଶ୍ର ପ୍ରମୁଖ ଶତାଧିକ ବିଜେଡି କର୍ମୀ ସହଯୋଗ କରିଥିଲେ ।

Comments are closed.