www.samajalive.in
Sunday, December 7, 2025
26.1 C
Bhubaneswar

ରକ୍ତ ନେବା ପୂର୍ବରୁ ଏହି ଦିଗ ପ୍ରତି ସଚେତନ ହୁଅନ୍ତୁ

ବେଳେବେଳେ ଖବର ଆସିଥାଏ ଯେ, ରୋଗୀଙ୍କୁ ଭୁଲ ରକ୍ତ ଦେବାରୁ ମୃତ୍ୟୁ ହୋଇଯାଇଛି। ରକ୍ତଦାନ କରିବା ବେଳେ ସାଧାରଣତଃ ଅନେକ ଦିଗ ପ୍ରତି ସଚେତନ ହେବାକୁ ପଡିଥାଏ। କାରଣ ଏହି ଦିଗ ପ୍ରତି ସଚେତନ ନ ହେବା ଦ୍ୱାରା ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ଆସନ୍ତୁ ଜାଣିବା ରକ୍ତଦାନ ବେଳେ କେଉଁ ଦିଗ ପ୍ରତି ଧ୍ୟାନ ଦେବା..ସର୍ବଦା ଲାଇସେନ୍ସ ପ୍ରାପ୍ତ ରକ୍ତଭଣ୍ଡାରରୁ ରକ୍ତ ନେବା ଉଚିତ। କାରଣ ସେଠାରୁ ରକ୍ତ ନେବା ସୁରକ୍ଷିତ ହୋଇଥାଏ।
ରକ୍ତକୁ ଡାକ୍ତରଖାନା ନେବା ବେଳେ ସର୍ବଦା ସାବଧାନର ସହ ନିଅନ୍ତୁ। ରକ୍ତ ନେବା ବେଳେ ତାର ତାପମାନ ୪ଂ ସେଲସିୟସ ରହିଥିବା ଆବଶ୍ୟକ। ରକ୍ତକୁ କେବେ ମଧ୍ୟ ବରଫ ସହ ରଖନ୍ତୁ ନାହିଁ।
ରକ୍ତ ନେବା ବେଳେ ସର୍ବଦା ଥଳୀରେ ଲେଖାଥିବା ଶେଷ ତାରିଖ ଦେଖିବା ଉଚିତ।
ଯଦି ରକ୍ତ ନେବା ବେଳେ ଡେରି ହୁଏ ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ଡାକ୍ତରଖାନାର ଫ୍ରିଜରେ ରକ୍ତକୁ ରଖି ଦିଅନ୍ତୁ। ଏବଂ ରକ୍ତ ନେବା ବେଳେ ପୁନଶ୍ଚ ସେହି ଥଳୀର ଶେଷ ତାରିଖ ପରଖି ନିଅନ୍ତୁ।ରକ୍ତ ଥଳୀକୁ ସର୍ବଦା ସଫାସୁତୁରା ହାତରେ ଧରିବା ଉଚିତ।
ରକ୍ତ ଥଳୀରେ କିଛି ଜମା ହୋଇ ରହିଥିଲେ ତାହାକୁ ଫେରାଇ ଅନ୍ୟ ରକ୍ତ ଆଣନ୍ତୁ। କାରଣ ବେଳେବେଳେ ପ୍ଲାଜମା ଓ ରକ୍ତ ଅଲଗା ହୋଇଥାଏ। ଏପରି ରକ୍ତ ନେବା ଅନୁଚିତ। ଏପରି ରକ୍ତ ରୋଗୀଙ୍କ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories