www.samajalive.in
Sunday, December 7, 2025
26.1 C
Bhubaneswar

ଥଣ୍ଡା, କାଶ ଓ କଫ ଲାଗି ରହୁଛି କି? କରନ୍ତୁ ଏହି ଘରୋଇ ଉପଚାର

ସମାଜ ଡିଜିଟାଲ ଡେସ୍କ: ସାଧାରଣତଃ ଥଣ୍ଡା, କାଶ ଓ କଫ ସମସ୍ତଙ୍କୁ ଅଧିକାଂଶ ସମୟରେ ହୋଇଥାଏ। କଫ ନାକ ଏବଂ ଗଳରେ ଜମି ରହିବା ଦ୍ୱାରା ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ସୃଷ୍ଟି ହୁଏ। ଶରୀରରେ ତାପମାତ୍ରା କମିବା ପରେ ଅନେକଙ୍କ ପାଖରେ ଏହି ସମସ୍ୟା ଦେଖାଯାଏ। ଏସବୁ ସମସ୍ୟା ହେଲେ କିଛି ଘରୋଇ ଉପଚାର ଦ୍ୱାରା ଭଲ ହୋଇଯାଏ। ଚାଲନ୍ତୁ ଜାଣିବା କଣ ଏହି ଘରୋଇ ଉପଚାର . . .

ଗରମ ପାଣି ବ୍ୟବହାର: ଅପାଣ ଖାଇବା ସମୟରେ ଗରମ ପାଣି ବା ଉଷୁମ ପାଣି ପିଇବା ଆବଶ୍ୟକ। ଉଷୁମ ପାଣି ଫୁସଫୁସକୁ ସଫା ରଖିବାରେ ସାହାଯ୍ୟ କରିଥାଏ। ଏବଂ କଫ ତରଳିବାରେ ସାହାଯ୍ୟ କରେ।

- Advertisement -

ଲୁଣ ଏବଂ ହଳଦୀ: ତଣ୍ଟିରେ କଫ ଜମିଥିଲେ ଗରମ ପାଣିରେ ଅଳ୍ପ ଲୁଣ ଏବଂ ହଳଦୀ ପକାଇ କୁଳି କରନ୍ତୁ, ଦେଖିବେ ଆରାମ ଲାଗିବା ସହ କଫ ବାହାର କରିବାରେ ସାହାଯ୍ୟ କରିବ।

ତୁଳସୀ କାଢା: ଗରମ ପାଣିରେ ତୁଳସୀ ପତ୍ର ପକାଇ ଭଲ ଭାବରେ ଫୁଟାଇ, ସେଥିରେ ଅଳ୍ପ ମହୁ ପକାଇ କାଢା ପ୍ରସ୍ତୁତ କରି ଏହାକୁ ପିଅନ୍ତୁ। ଏହା ଦ୍ୱାରା କଫ ବାହାର ହେବାରେ ସାହାଯ୍ୟ କରିବା ସହ ନିଶ୍ୱାସ ପ୍ରଶ୍ୱାସ ନେବାରେ କୌଣସି ଅସୁବିଧା ହେବ ନାହିଁ।

ଗରମ ପାଣି ବାମ୍ଫ: ଏକ ପାତ୍ରରେ ପାଣିକୁ ଭଲ ଭାବରେ ଫୁଟାଇ ସେଥିରେ ଭିକ୍ସ କିମ୍ବା ଅମୃତଞ୍ଜାନ ପକାଇ ବାମ୍ଫ ନିଅନ୍ତୁ। ଏହାଦ୍ୱାରା ନାକ ସଫା ହେବା ସହିତ ଆରାମ ଲାଗିଥାଏ।

ମହୁ ଏବଂ ରସୁଣ ଖାଇବା: ମହୁ ଏବଂ ରସୁଣରେ ଆଣ୍ଟିବ୍ୟାକ୍ଟେରିଆଲ୍‍ ଗୁଣ ରହିଛି। ଯାହା ଶ୍ୱାସକ୍ରିୟାକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ଏବଂ କଫ ବାହାର କରିଥାଏ।

ଅଦା ଓ ମହୁ: ଅଦା ଏବଂ ମହୁ ଖାଇବା ଦ୍ୱାରା କାଶ କମିବା ସହ କଫ ହୋଇନଥାଏ। ଥଣ୍ଡାରୁ ମଧ୍ୟ ଉପଶମ ମିଳିଥାଏ।

ଏହି ସବୁ ଘରୋଇ ଉପଚାର କରିବା ଦ୍ୱାରା ଆପଣ କାଶ ଓ କଫରୁ ମୁକ୍ତି ପାଇବେ। ସ୍ୱାସ୍ଥ୍ୟରେ ଉନ୍ନତି ହେବ। ଯଦି ଏହା କରିବା ପରେ ବି ଦୀର୍ଘ ଦିନ ଧରି ଥଣ୍ଡା କାଶ ଲାଗି ରହୁଛି, ତେବେ ଡାକ୍ତରଙ୍କ ପରାମର୍ଶ ନିଶ୍ଚିତ ନେବା ଜରୁରୀ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories