www.samajalive.in
Monday, December 15, 2025
26.1 C
Bhubaneswar

ଆସାମ ରାଇଫଲ୍ସ ବାଟାଲିୟନ ଜମି ମିଜୋରାମ ସରକାରଙ୍କୁ ହସ୍ତାନ୍ତର କଲେ ସ୍ବରାଷ୍ଟ୍ର ମନ୍ତ୍ରୀ

ଡେସ୍କ: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଆଜି ଆସାମ ରାଇଫଲ୍ସ ବାଟାଲିୟନ ଜମିକୁ ମିଜୋରାମ ସରକାରଙ୍କୁ ହସ୍ତାନ୍ତର କରାଯାଇଛି। ଏଠି ସହିତ ମାନଚିତ୍ରର ଆନୁଷ୍ଠାନିକ ଆଦାନ ପ୍ରଦାନ ମଧ୍ୟ ଆଜି ମିଜୋରାମର ଆଇଜୋଲଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶ୍ରୀ ଶାହ କହିଛନ୍ତି, ଭୌଗୋଳିକ ସ୍ଥିତି ଯୋଗୁଁ ସ୍ଥାନ ଅଭାବ ଦେଖାଦେଇଥିବା ହେତୁ ପ୍ରାୟ ୩୫ ବର୍ଷ ଧରି ଆସାମ ରାଇଫଲ୍ସକୁ ଆଭ୍ୟନ୍ତରୀଣ ଅଞ୍ଚଳକୁ ସ୍ଥାନାନ୍ତର କରିବା ପାଇଁ ଦୀର୍ଘ ଦିନ ଧରି ଦାବି ହେଉଥିଲା ଯଦ୍ବାରା ଆଇଜୋଲ ସମେତ ମିଜୋରାମର ସାମଗ୍ରିକ ବିକାଶକୁ ସୁଗମ କରାଯାଇପାରିବ। ଆଇଜୋଲରେ ଜାଗାର ବହୁତ ଅଭାବ ଏହାର ଆଧୁନିକୀକରଣ ଏବଂ ସରକାରୀ ସୁବିଧା ବୃଦ୍ଧିରେ ବାଧା ସୃଷ୍ଟି କରୁଛି ବୋଲି ସେ ଆଲୋକପାତ କରିଥିଲେ। ଦଶନ୍ଧି ପୁରୁଣା ଏହି ଦାବି ପୂରଣ କରିବା ପାଇଁ ଶ୍ରୀ ଶାହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ଶ୍ରେୟ ଦେଇଛନ୍ତି।

୧୮୯୦ ମସିହାରେ ଆଇଜୋଲରେ ପ୍ରଥମ ସେନା ଶିବିର ପ୍ରତିଷ୍ଠା ହେବା ପରଠାରୁ ଏହା ଇତିହାସରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବୋଲି ଶ୍ରୀ ଶାହା କହିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ସରକାର ସମଗ୍ର ଉତ୍ତର-ପୂର୍ବକୁ ସୁଦୃଢ଼ ଏବଂ ସମନ୍ୱିତ କରିବା ପାଇଁ ଗତ ୧୦ ବର୍ଷ ଧରି ସକ୍ରିୟ ଭାବରେ କାର୍ଯ୍ୟ କରୁଛନ୍ତି। ପର୍ଯ୍ୟଟନଠାରୁ ଆରମ୍ଭ କରି ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ାଠାରୁ ମହାକାଶ ଏବଂ କୃଷି ଠାରୁ ଆରମ୍ଭ କରି ଉଦ୍ୟୋଗ କ୍ଷେତ୍ରରେ ମୋଦୀ ସରକାର ଅଭୂତପୂର୍ବ ବିକାଶ କରୁଛନ୍ତି ବୋଲି ସେ କହିଛନ୍ତି। ଶ୍ରୀ ଶାହ ଦର୍ଶାଇଥିଲେ ଯେ ସ୍ୱାଧୀନତା ଠାରୁ ୨୦୧୪ ପର୍ଯ୍ୟନ୍ତ ପୂର୍ବର ସମସ୍ତ ପ୍ରଧାନମନ୍ତ୍ରୀ ମିଳିତ ଭାବେ ୨୧ ଥର ଉତ୍ତର-ପୂର୍ବ ଗସ୍ତ କରିଥିବା ବେଳେ ୨୦୧୪ ପରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକାକୀ ୭୮ ଥର ଉତ୍ତର-ପୂର୍ବ ଗସ୍ତ କରିଛନ୍ତି। ଏହାବ୍ୟତୀତ ୨୦୧୪ ପୂର୍ବରୁ ଉତ୍ତର-ପୂର୍ବାଞ୍ଚଳର ମନ୍ତ୍ରୀଙ୍କ ବ୍ୟତୀତ କେନ୍ଦ୍ରମନ୍ତ୍ରୀମାନେ ମାତ୍ର ୭୧ ଥର ଏହି ଅଞ୍ଚଳ ଗସ୍ତ କରିଥିବା ବେଳେ ଗତ ଏକ ଦଶନ୍ଧି ମଧ୍ୟରେ କେନ୍ଦ୍ର ମନ୍ତ୍ରୀଙ୍କ ଗସ୍ତ ସଂଖ୍ୟା ୭୦୦ ଅତିକ୍ରମ କରିଛି।

- Advertisement -

ଶ୍ରୀ ଅମିତ ଶାହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଉତ୍ତର-ପୂର୍ବ କେବଳ ଦ୍ରୁତ ବିକାଶ ଦେଖୁନାହିଁ ବରଂ ଅଭୂତପୂର୍ବ ଶାନ୍ତି ଅନୁଭବ କରୁଛି। ସେ ମିଜୋରାମରେ ୨୫୦୦ କୋଟି ଟଙ୍କା ବ୍ୟୟରେ ୫୦୨-ଏ ଜାତୀୟ ରାଜପଥରେ ପ୍ୟାକେଜ୍ -୧ ଏବଂ ପ୍ୟାକେଜ୍ -୩ ଆରମ୍ଭ କରିବା ସମେତ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପ ଉପରେ ଆଲୋକପାତ କରିଥିଲେ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories