www.samajalive.in
Monday, December 8, 2025
27.1 C
Bhubaneswar

ଆନ୍ଧ୍ରପ୍ରଦେଶରେ ପହଞ୍ଚିଲା ସିଆଇଏସଏଫ୍ ଗ୍ରେଟ୍ ଇଣ୍ଡିଆନ କୋଷ୍ଟାଲ ସାଇକ୍ଲୋଥନ

ଡେସ୍କ: ସିଆଇଏସଏଫ ଗ୍ରେଟ୍ ଇଣ୍ଡିଆନ କୋଷ୍ଟାଲ ସାଇକ୍ଲୋଥନ କୋଣାର୍କଠାରୁ ୧୨୫ କିଲୋମିଟର ଯାତ୍ରାକରି ମାଲୁଦରେ ପହଞ୍ଚିଥିଲା। ସାଇକେଲ ଚାଳକମାନେ ସେଠାରେ ପହଞ୍ଚିବା ପରେ ସ୍ଥାନୀୟ ଲୋକମାନଙ୍କ ତରଫରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

ଗତ କିଛି ଦିନ ଧରି ସାଇକେଲ ଚାଳକମାନେ ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳରେ ୮୦୦ କିଲୋମିଟର ଅତିକ୍ରମ କରି ସ୍ଥାନୀୟ ଲୋକମାନଙ୍କ ସହ ସକ୍ରିୟ ଭାବେ ମତବିନିମୟ କରିବା ସହ ସଚେତନତା ସୃଷ୍ଟି କରିଥିଲେ। ଏହି ଯାତ୍ରା ବଖାଲିରୁ ଆରମ୍ଭ ହୋଇଥିବା ବେଳେ ଏହା ପରେ ପଶ୍ଚିମବଙ୍ଗର ହଳଦିଆ ଓ ଦୀଘାରେ ପହଞ୍ଚିଥିଲା। ଓଡିଶାରେ ପ୍ରବେଶ କରିବା ପରେ ସେମାନେ ଚାନ୍ଦିପୁର, କୈଥକୋଲା, ପାରାଦୀପ, କୋଣାର୍କ ଓ ମାଲୁଦ ଦେଇ ଯାତ୍ରା କରିବା ସହ ଉପକୂଳବର୍ତ୍ତୀ ଜନସାଧାରଣଙ୍କଠାରୁ ଉଚ୍ଛସ୍ବିତ ସମ୍ବର୍ଦ୍ଧନା ପାଇଥିଲେ। ଉପକୂଳ ସୁରକ୍ଷା, ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ପରିବେଶ ସଂରକ୍ଷଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବାରେ ଏହି ମିଶନ ସହାୟକ ହୋଇଛି।

- Advertisement -

ମାଲୁଦଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା, ବ୍ରହ୍ମପୁର ଏସପି ଡ. ସରବଣା ବିବେକ୍ ଏମ୍., ଅଲିମ୍ପିଆନ୍ ଭାରୋତ୍ତୋଳକ ତଥା ଅର୍ଜୁନ ପୁରସ୍କାର ପ୍ରାପ୍ତ ରବି କୁମାର ଓ ଭାରତୀୟ ସେନାର ପୂର୍ବତନ ହାବିଲଦାର ସୀମାଞ୍ଚଳ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

ସେମାନଙ୍କ ଉପସ୍ଥିତି ଜାତୀୟ ନିରାପତ୍ତା ଏବଂ ଗୋଷ୍ଠୀ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବାରେ ସାଇକ୍ଲୋଥନର ଗୁରୁତ୍ୱଉପରେ ଆଲୋକପାତ କରିଥିଲା। ୨୦୨୫ ମାର୍ଚ୍ଚ ୧୫ ତାରିଖରେ ସାଇକେଲ ଚାଳକମାନେ ମାଲୁଦରୁ ଆନ୍ଧ୍ରପ୍ରଦେଶର ସୋମପେଟା ଅଭିମୁଖେ ଯାତ୍ରା ଆରମ୍ଭ କରି ଅଭିଯାନର ତୃତୀୟ ରାଜ୍ୟରେ ପ୍ରବେଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍କୁଲ ପିଲାଙ୍କ ସମେତ ସ୍ଥାନୀୟ ସମୁଦାୟ ସକ୍ରିୟ ଅଂଶଗ୍ରହଣ କରିବା ସହ ଓଡ଼ିଶାର ସମୃଦ୍ଧ ଐତିହ୍ୟକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।


ସାମୁଦ୍ରିକ ନିରାପତ୍ତା, ଉପକୂଳ ସୁରକ୍ଷା ଏବଂ ବିପର୍ଯ୍ୟୟ ପ୍ରସ୍ତୁତିକୁ ପ୍ରୋତ୍ସାହିତ କରିବା ପାଇଁ ଏହି ସାଇକେଲ ଚାଳକମାନେ ହୁମା, ଗୋପାଳପୁର, ବ୍ରହ୍ମପୁର ଓ ସୋରଳା ଭଳି ପ୍ରମୁଖ ଅଞ୍ଚଳ ଅତିକ୍ରମ କରିବା ସମୟରେ ସ୍ଥାନୀୟ ଲୋକଙ୍କ ସହ ମତ ବିନିମୟ କରିଥିଲେ। ଏହା ପରେ ପ୍ରାୟ ୧୨୦ କିଲୋମିଟର ରାସ୍ତା ଅତିକ୍ରମ କରିବା ପରେ ଶେଷରେ ସେମାନେ ଆନ୍ଧ୍ରପ୍ରଦେଶର ସୋମପେଟାରେ ପହଞ୍ଚି ନିଜ ଯାତ୍ରାର ପଶ୍ଚିମବଙ୍ଗ ଓ ଓଡ଼ିଶା ପର୍ଯ୍ୟାୟକୁ ସଫଳତାର ସହ ଶେଷ କରିଥିଲେ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories