www.samajalive.in
Sunday, December 7, 2025
23.1 C
Bhubaneswar

ଭାରତ ସାମାଜିକ ସୁରକ୍ଷା ବଳୟକୁ ଦ୍ୱିଗୁଣିତ କରିଛି – ଶ୍ରମ ଓ ନିଯୁକ୍ତି ସଚିବ ସୁମିତା ଦାଓରା

ଡେସ୍କ: ବିଶ୍ୱସ୍ତରରେ ଶ୍ରମ କଲ୍ୟାଣ, ଗୁଣାତ୍ମକ ନିଯୁକ୍ତି ଏବଂ ସାମାଜିକ ନ୍ୟାୟ କ୍ଷେତ୍ରରେ ଏକ ପ୍ରମୁଖ ସ୍ୱର ଭାବରେ ଭାରତ କାର୍ଯ୍ୟ କରିବାକୁ ନିଜର ପ୍ରତିବଦ୍ଧତାକୁ ଦୋହରାଇଛି। ଜେନେଭା ଠାରେ ଚାଲିଥିବା ଆନ୍ତର୍ଜାତିକ ଶ୍ରମ ସଂଗଠନର ୩୫୩ତମ ପରିଚାଳନା ପରିଷଦ ବୈଠକରେ ଯୋଗଦେଇ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ସଚିବ ସୁମିତା ଦାଓରା ଏହା କହିଛନ୍ତି। ସେ କହିଛନ୍ତି, ବିଶ୍ୱସ୍ତରରେ ଶ୍ରମ କଲ୍ୟାଣ, ସାମାଜିକ ନ୍ୟାୟ ଏବଂ ଗୁଣାତ୍ମକ ନିଯୁକ୍ତି ସୃଷ୍ଟିକୁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ ଭାରତ ଅଧିକ ଗୁରୁତ୍ୱ ଦେଉଛି।

ସେ କହିଛନ୍ତି, ଭାରତ ଏହାର ସାମାଜିକ ସୁରକ୍ଷାର ବଳୟକୁ ଦ୍ୱିଗୁଣିତ କରିଛି ଅର୍ଥାତ୍ ୪୮.୮%କୁ ବୃଦ୍ଧି କରିଛି, ଯାହା ହାରାହାରି ବିଶ୍ୱ ସାମାଜିକ ସୁରକ୍ଷା କଭରେଜକୁ ୫%ରୁ ଅଧିକ ବୃଦ୍ଧି କରିଛି। ଭାରତର ପ୍ରମୁଖ ସଂସ୍ଥା ଏବଂ ଯୋଜନା ଯେପରିକି ଇପିଏଫ୍ଓରେ ୭.୩୭ କୋଟି ସଦସ୍ୟ, ଇଏସ୍ଆଇସିରେ ୧୪.୪ କୋଟି ହିତାଧିକାରୀ, ଇ-ଶ୍ରମ ପୋର୍ଟାଲରେ ୩୦.୬ କୋଟି ପଞ୍ଜିକୃତ ଅଣସଂଗଠିତ ସଦସ୍ୟ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ୬୦ କୋଟି ହିତାଧିକାରୀ ଏବଂ ଲକ୍ଷ୍ୟଭିତ୍ତିକ ପିଡିଏସ ଯୋଜନାରେ ୮୧.୩୫ କୋଟି ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ବାବଦରେ ସେ ସୂଚନା ଦେଇଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories