www.samajalive.in
Sunday, December 7, 2025
13.1 C
Bhubaneswar

ମାର୍ଚ୍ଚ ୧୬ ରୁ ଜୀ ସାର୍ଥକର ଲୋକପ୍ରିୟ ରିୟାଲିଟି ଶୋ ‘ରଜ କୁଇନ୍’ ର ଅଡିସନ୍

ଭୁବନେଶ୍ଵର:  ଓଡିଶାର ନମ୍ବର ୧ ଚ୍ୟାନେଲ ଜୀ ସାର୍ଥକ ସବୁବେଳେ ଲୋକଙ୍କ ପସନ୍ଦକୁ ଗୁରୁତ୍ବ ଦେଇ ଆସୁଛି । ଦର୍ଶକେ ଦେଖିବାକୁ ଭଲ ପାଉଥିବା କାହାଣୀକୁ ଆଧାରିତ କରି ଅନେକ ଧାରାବାହିକ ସହିତ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଭେଟି ଦେଇଛି ଜୀ ସାର୍ଥକ । ଅଭିନେତ୍ରୀ ହେବାର ସ୍ବପ୍ନ ଦେଖିଥିବା ଝିଅଙ୍କ ପାଇଁ ପୁଣି ଆସିଛି ଓଡିଶାର ନମ୍ବର ୧ ରିଆଲିଟି ସୋ ‘ରଜ କୁଇନ୍’। ବିଗତ ୧୩ ବର୍ଷ ଧରି ଏହି ସୋ ଇଣ୍ଡଷ୍ଟ୍ରିକୁ ଅନେକ ବଛା ବଛା ଟ୍ୟାଲେଣ୍ଟେଡ ଅଭିନେତ୍ରୀ ଦେଇ ସାରିଛି। ସବୁ ବର୍ଷ ଅନେକ ଆଶାୟୀ ପ୍ରାର୍ଥୀ ଏହି ସୋ ରେ ଭାଗ ନେବାକୁ ଚାହିଁ ରହିଥାନ୍ତି। ତେବେ ଚଳିତ ବର୍ଷ ମଧ୍ୟ ବଡ଼ ଧୁମଧାମ ସହିତ ଓଡିଶା ସମସ୍ତ ବଡ ସହରରେ ‘ରଜ କୁଇନ୍’ ର ଅଡିସନ୍ ଆରମ୍ଭ ହେବାକୁ ଯାଉଛି। ଚଳିତ ବର୍ଷ ୧୩ ତମ ‘ରଜ କୁଇନ୍’ ପାଇଁ ଅଡିସନ୍ ମାର୍ଚ୍ଚ ୧୬ରୁ ଆରମ୍ଭ ହେବ। ଯାହା ମାର୍ଚ୍ଚ ୧୬ ତାରିଖରେ ଜଗତସିଂହପୁର ଓ ଯାଜପୁର, ମାର୍ଚ୍ଚ ୨୨ ତାରିଖରେ ଢେଙ୍କାନାଳ ଓ ପୁରୀ, ମାର୍ଚ୍ଚ ୨୩ ରେ ଭୁବନେଶ୍ବର, ମାର୍ଚ୍ଚ ୨୯ ରେ ବାଲେଶ୍ୱର ଓ କେଉଁଝର, ମାର୍ଚ୍ଚ ୩୦ ରେ ରାଉରକେଲା ଓ ଭଦ୍ରକ, ଏପ୍ରିଲ ୧ ତାରିଖରେ ଅନୁଗୁଳ ଓ ଏପ୍ରିଲ ୬ ତାରିଖରେ କଟକରେ ସହରରେ ଅନୁଷ୍ଠିତ ହେବ । ୧୫ରୁ ୨୫ ବର୍ଷ ମଧ୍ୟର ଆଶାୟୀ ପ୍ରାର୍ଥୀ ଅଡିସନ୍ ଦେଇ ଅଭିନେତ୍ରୀ ହେବାର ଦେଖିଥିବା ସ୍ବପ୍ନକୁ ପୁରା କରିପାରିବେ ତେବେ ଡେରି କାହିଁକି ପ୍ରସ୍ତୁତ ହେଇଯାଆନ୍ତୁ, ଖୁବ ଶୀଘ୍ର ଆସୁଛି ଆପଣଙ୍କ ପାଖକୁ ଅଡିସନ୍ ପାଇଁ ୧୩ତମ ‘ରଜ କୁଇନ୍’। ଏପ୍ରିଲ ୧୯ ତାରିଖରୁ ପ୍ରତି ଶନିବାର ଓ ରବିବାର ରାତି ୯.୩୦ ମିନିଟରେ କେବଳ ଜୀ ସାର୍ଥକରେ ପ୍ରସାରଣ ହେବାକୁ ଯାଉଛି ‘ରଜ କୁଇନ୍’ । ତେବେ କିଏ ହେବ ଚଳିତ ସିଜନର ରଜ କୁଇନ୍ ? ଜାଣିବାକୁ ଏହି ଯାତ୍ରା ସହ ଯୋଡ଼ି ହେବାକୁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର ପ୍ରତୀକ ସିଲ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories