ଭୁବନେଶ୍ଵର: ଗୁଜୁରାଟ ମଡେଲରେ ଓଡିଶାରେ ଖୋଲିବ ପୋଷଣ କେନ୍ଦ୍ର। ଏହା ଜରିଆରେ ସରକାର ଗରିବ ଓ ମଧ୍ୟବିତ୍ତ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବେ। ଡାଲି, ଅଟା, ତେଲ ଏବଂ ଚାଉଳ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଏହି ପୋଷଣ କେନ୍ଦ୍ରରେ ମିଳିବ। ଏହାର ଲାଭ ଉଠାଇବା ପାଇଁ ହିତାଧିକାରୀ ମାନଙ୍କୁ ସ୍ଵତନ୍ତ୍ର କାର୍ଡ ମିଳିବ। ପାଇଲଟ୍ ପ୍ରୋଜେକ୍ଟରେ ୩୫ଟି ପୋଷଣ କେନ୍ଦ୍ର ଖୋଲାଯିବ। ଏହା ସଫଳ ହେଲେ , ପ୍ରତି ପଞ୍ଚାୟତରେ ପୋଷଣ କେନ୍ଦ୍ର ଖୋଲିବ। ଏଥିପାଇଁ ସରକାରୀ ଅଧିକାରୀ ମାନଙ୍କୁ ପ୍ରାଥମିକ ପ୍ରଶିକ୍ଷଣ ଦିଆସରିଛି। ଅଧିକାରୀଙ୍କର ଏକ ସ୍ଵତନ୍ତ୍ର ଟିମ୍ ଗୁଜୁରାଟ ଯିବେ ବୋଲି କହିଛନ୍ତି ମନ୍ତ୍ରୀ।
Popular Categories



