www.samajalive.in
Saturday, December 6, 2025
15.1 C
Bhubaneswar

ଦେଖନ୍ତୁ ଭିଡିଓ: ସୁନୀତାଙ୍କୁ ଆଣିବାକୁ ମହାକାଶରେ ପହଞ୍ଚିଲା ଯାନ

ସମାଜ ଡିଜିଟାଲ ଡେସ୍କ: ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବୁଚ୍‌ ୱିଲମୋରଙ୍କୁ ପୃଥିବୀ ପୃଷ୍ଠକୁ ଆଣିବା ଲାଗି ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ)ରେ ପହଞ୍ଚିଛି ଯାନ। ଏଲନ ମସ୍କଙ୍କ ସ୍କେଶଏକ୍ସ’ ଯାନ ଡ୍ରାଗନ କ୍ୟାପସୁଲ ରବିବାର ଆଇଏସଏସରେ ପହଞ୍ଚିଛି। ଏହି ଯାନରେ ଅନ୍ୟ ୪ ଜଣ କ୍ରୁ ସଦସ୍ୟ ମଧ୍ୟ ଆଇଏସଏସକୁ ଯାଇଛନ୍ତି। ସେମାନେ ମହାକାଶରେ ପହଞ୍ଚିବା ପରେ ସୁନୀତା ଏବଂ ୱିଲମୋର ସେମାନଙ୍କୁ ଖୁସିରେ ଆଲିଙ୍ଗନ କରିଛନ୍ତି। ଏହାର ଦୃଶ୍ୟ ଲାଇଭ ଟିଭିରେ ମଧ୍ୟ ପ୍ରସାରିତ ହୋଇଛି।

ରବିବାର ମହାକାଶରେ ପହଞ୍ଚିଥିବା ୪ ମହାକାଶଚାରୀ ହେଲେ ନାସାର ଆନ୍ନେ ମ୍ୟାକକ୍ଲେନ ଏବଂ ନିକୋଲ ଆୟର୍‌ସ, ଜାପାନ ମହାକାଶ ଗବେଷଣା ସଂସ୍ଥାର ତାକୁୟା ଓନିସି ଏବଂ ରୁଷ ମହାକାଶ ଗବେଷଣା ସଂସ୍ଥା ରୋସକସମସର କିରିଲ ପେସକୋଭ। ସେମାନେ ଆଇଏସଏସରେ କିଛିଦିନ ରହିବେ। ଏହା ସହିତ ସ୍ପେଶଏକ୍ସ ଡ୍ରାଗନ ଯାନ ସୁନୀତା ଓ ୱିଲମୋରଙ୍କୁ ସାଙ୍ଗରେ ଧରି ପୃଥିବୀ ପୃଷ୍ଠକୁ ପ୍ରତ୍ୟାବର୍ତ୍ତନ କରିବ।

- Advertisement -

ସୁନୀତା ଏବଂ ୱିଲମୋର ଗତବର୍ଷ ଜୁନରେ ୮ ଦିନିଆ ମିସନରେ ଆଇଏସଏସରେ ପହଞ୍ଚିଥିଲେ। କିନ୍ତୁ ସେମାନେ ଯାଇଥିବା ସ୍ପେଶକ୍ରାଫ୍ଟ ବା ମହାକାଶ ଯାନରେ ତ୍ରୁଟି ଦେଖାଦେବାରୁ ଆଉ ଫେରିପାରି ନ ଥିଲେ। ଯାହାଫଳରେ ସେମାନଙ୍କୁ ୯ ମାସ ଧରି ମହାକାଶରେ ରହିବାକୁ ପଡ଼ିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories