ମାର୍ଚ୍ଚ ୩୧ ଧାନ କିଣାର ଶେଷ ଦିବସ

ସମାଜ ଡିଜିଟାଲ ଡେସ୍କ: ଆସନ୍ତା ୩୧ ତାରିଖ ରାଜ୍ୟରେ ଧାନ କିଣାର ଶେଷ ଦିବସ। ଏହି ଦିନ ଧାନକିଣାର ଡେଡ୍‌ଲାଇନ ବୋଲି କହିଛନ୍ତି ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ରାଜ୍ୟରେ ଚଳିତ ଥର ୭୬ ଲକ୍ଷ ମେଟ୍ରିକ ଟନ ଧାନ କିଣାଯିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ୭୧ ଲକ୍ଷ ୫୦ ହଜାର ମେଟ୍ରିକ ଟନ ଧାନ କ୍ରୟ ସରିଛି। ଅବଶିଷ୍ଟ ଧାନ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା କ୍ରୟ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ରବି ଋତୁ ପାଇଁ ଯୋଜନା କରାଯାଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

Comments are closed.