www.samajalive.in
Saturday, December 6, 2025
16.1 C
Bhubaneswar

ଛିଡ଼ା ହୋଇ ଆକ୍ରମଣର ଲାଇଭ କଭରେଜ ଦେଖିଲେ ଟ୍ରମ୍ପ, ଆମେରିକାକୁ କଡ଼ା ଚେତାବନୀ ଦେଲା ହୁତି

ସମାଜ ଡିଜିଟାଲ ଡେସ୍କ: ୟେମେନରେ ଇରାନ ସମର୍ଥିତ ହୁତି ବିଦ୍ରୋହୀଙ୍କ ଉପରେ ଆମେରିକା ପକ୍ଷରୁ ଆକ୍ରମଣ ଜାରି ରହିଛି। ଲୋହିତ ସାଗରରେ ପଣ୍ୟବାହୀ ଜାହାଜଗୁଡ଼ିକୁ ଟାର୍ଗେଟ କରି ଲୁଟପାଟ କରୁଥିବା ହୁତି ବିଦ୍ରୋହୀଙ୍କୁ ନର୍କକୁ ପଠାଇବା ଲାଗି ଯୋଜନା ଚାଲିଥିବା ଟ୍ରମ୍ପ କହିଛନ୍ତି। ଏହା ସହିତ ସେ ନିଜେ ଛିଡ଼ା ହୋଇ ଆକ୍ରମଣର ଲାଇଭ କଭରେଜ ଦେଖିଛନ୍ତି। ଆମେରିକା ସେନା ପକ୍ଷରୁ କିପରି ୟେମେନରେ ଆଡ୍ଡା ଜମାଇଥିବା ହୁତି ସଂଗଠନ ଶିବିର ଉପରେ ଆକାଶ ମାର୍ଗରୁ ଆକ୍ରମଣ କରାଯାଉଛି ତାହାର ଦୃଶ୍ୟ ଟ୍ରମ୍ପ ଦେଖିଛନ୍ତି। ଏହି ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୩୨କୁ ବୃଦ୍ଧି ପାଇଥିବାବେଳେ ହୁତି ସଂଗଠନ ପକ୍ଷରୁ ଆମେରିକାକୁ ଖୋଲା ଚ୍ୟାଲେଞ୍ଜ କରାଯାଇଛି। ହୁତି ବିଦ୍ରୋହୀ ସଂଗଠନ ଏହାର ଆମେରିକାର ଯୁଦ୍ଧ ଅପରାଧ ବୋଲି କହିବା ସହିତ ଆକ୍ରମଣର ଉଚିତ ଜବାବ ଦିଆଯିବ ବୋଲି ଚେତାବନୀ ଦେଇଛି।

ହୁତି ମୁଖପାତ୍ର ମହମ୍ମଦ ଅବ୍ଦୁଲ ସଲାମ କହିଛନ୍ତି, ଲୋହିତ ସାଗରରେ ଜାହାଜ ଉପରେ ଆକ୍ରମଣ ଘଟଣାରେ ହୁତିଙ୍କ ସମ୍ପୃକ୍ତି ନେଇ ଆମେରିକା ଦେଉଥିବା ମନ୍ତବ୍ୟ ମିଥ୍ୟା। ବିଶ୍ଵ ସମୁଦାୟକୁ ଭ୍ରମରେ ପକାଇବା ଲାଗି ଏହା ଟ୍ରମ୍ପଙ୍କ ଉଦ୍ୟମ। ଅନ୍ତର୍ଜାତୀୟ ଜାହାଜ ଚଳାଚଳକୁ ହୁତି ସଂଗଠନ ପ୍ରଭାବିତ କରୁନାହିଁ ବୋଲି ସେ କହିଛନ୍ତି। ୟେମେନ ପକ୍ଷରୁ ଘୋଷଣା କରାଯାଇଥିବା ସାମୁଦ୍ରିକ କଟକଣା କେବଳ ଇସ୍ରାଏଲ ନୌସେନା ଜାହାଜଗୁଡ଼ିକ ପାଇଁ ସୀମିତ। ଗାଜାରେ ରହୁଥିବା ଲୋକମାନଙ୍କ ନିକଟକୁ ମାନବୀୟ ସହାୟତା ପକାଇବା ଏହାର ଏକମାତ୍ର ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି।

- Advertisement -

ହୁତି ସଂଗଠନ ଆହୁରି କହିଛି ଯେ, ଆକ୍ରମଣର ଜବାବ ନିଶ୍ଚୟ ଦିଆଯିବ। ୟେମେନ ସଶସ୍ତ୍ର ବଳ ଏହାର ଜବାବ ଦେବା ଲାଗି ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories