www.samajalive.in
Friday, December 5, 2025
20.1 C
Bhubaneswar

ତେଜପ୍ରତାପଙ୍କ ନିର୍ଦେଶରେ ହୋଲିରେ ନାଚି କନଷ୍ଟେବଳ ବହିସ୍କୃତ

ସମାଜ ଡିଜିଟାଲ ଡେସ୍କ: ଆରଜେଡି ନେତା ତେଜପ୍ରତାପଙ୍କ ନିର୍ଦେଶରେ ହୋଲି ଉତ୍ସବରେ ନାଚିବା ଜଣେ କନଷ୍ଟେବଳଙ୍କୁ ମହଙ୍ଗା ପଡ଼ିଛି। ଏଥିପାଇଁ ତାଙ୍କୁ ଚାକିରିରୁ ବହିସ୍କାର କରାଯାଇଛି। ଘଟଣାଟି ଘଟିଛି ବିହାରରେ।

ସୂଚାନ ଅନୁସାରେ, ବିହାରରେ ହୋଲି ଉତ୍ସବ ପାଳନ ପାଇଁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ସମୟରେ ସୁରକ୍ଷା ଦାୟିତ୍ଵରେ କିଛି କନଷ୍ଟେବଳ ମୁତୟନ ହୋଇଥିଲେ। ଉତ୍ସବରେ ଆରଜେଡି ନେତା ତେଜପ୍ରତାପ ଯାଦବ ସାମିଲ ହୋଇଥିଲେ। ସେ ନିଜେ ନାଚିବା ସହିତ ସୁରକ୍ଷା ଦାୟିତ୍ଵରେ ଥିବା କନଷ୍ଟେବଳକୁ ନାଚିବାକୁ କହିଥିଲେ। ଏପରି କି ଧମକ ଦେଇ କହିଥିଲେ ଯେ, ନାଚ, ନଚେତ ନିଲମ୍ବିତ ହେବ। ତେଣୁ ବାଧ୍ୟ ହୋଇ ସେଠାରେ ଉପସ୍ଥିତ କନଷ୍ଟେବଳ ଦୀପକ କୁମାର ନାଚିଥିଲେ। ଏହା ଜଣାପଡ଼ିବା ପରେ ପାଟଣା ଏସପି ଦୀପକଙ୍କୁ ବହିସ୍କାର କରିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories