www.samajalive.in
Monday, December 15, 2025
24.1 C
Bhubaneswar

ମହାରାଷ୍ଟ୍ରରେ କ୍ଷମତାକୁ ଫେରିବ ବିଜେପି-ଶିବସେନା ମେଣ୍ଟ, ହରିୟାଣାରେ ଝୁଲା ବିଧାନସଭା !

ମୁମ୍ବଇ/ଚଣ୍ଡୀଗଡ଼: ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନ ଶେଷ ହୋଇଛି। ଗୁରୁବାର ଭୋଟ ଗଣତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ବିଜେପି-ଶିବସେନା ମେଣ୍ଟ ମହାରାଷ୍ଟ୍ରରେ କ୍ଷମତାକୁ ସମ୍ଭାବନା ସୃଷ୍ଟି ହୋଇଛି। କେବଳ ଆନୁଷ୍ଠାନିକ ଘୋଷଣା ବାକି ରହିଛି। କିନ୍ତୁ ହରିୟାଣାରେ ଏଥର ଝୁଲା ବିଧାନସଭା ଦେଖିବାକୁ ମିଳିପାରେ। କାରଣ ଏଠାରେ କୌଣସି ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିବାରେ ଆଶଙ୍କା ଉପୁଜିଛି।

ମହାରାଷ୍ଟ୍ରରେ ୨୮୮ ଆସନ ମଧ୍ୟରୁ ସରକାର ଗଢ଼ିବାକୁ ୧୪୫ ଆସନରେ ବିଜୟ ଆବଶ୍ୟକ ଥିବାବେଳେ ବିଜେପି ୧୦୦ ଆସନରେ ଆଗୁଆ ରହିଛି। ସେହିପରି ସହଯୋଗୀ ଶିବସେନା ୬୧ ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ଏବଂ ଏନସିପି ୯୩ ଆସନରେ ଆଗୁଆ ରହିଛନ୍ତି। କଂଗ୍ରେସ ୩୯ ଏବଂ ଏନସିପି ୫୪ ଆସନରେ ଆଗୁଆ ଅଛନ୍ତି। ଅନ୍ୟାନ୍ୟ ଦଳ ୩୩ ଆସନରେ ଆଗୁଆ ରହିଛନ୍ତି।

- Advertisement -

ଅପରପକ୍ଷରେ ହରିୟାଣାରେ ୯୦ ଆସନ ମଧ୍ୟରୁ ସରକାର ଗଠନ ଲାଗି ୪୬ ଆସନରେ ବିଜୟ ଦରକାର। ଏପରି ସ୍ଥଳେ ବିଜେପି ଏଠାରେ ୪୦ ଆସନରେ ଆଗୁଆ ଥିଲାବେଳେ କଂଗ୍ରେସ ୩୧ ଆସନରେ ଆଗରେ ରହିଛି। ସେହିପରି ଜେଜେପି(ଜନନାୟକ ଜତତା ପାର୍ଟି) ୧୦ ଆସନରେ ଆଗୁଆ ଥିବାବେଳେ ଆଇଏନଏଲଡି ୨ ଏବଂ ଅନ୍ୟାନ୍ୟ ୭ଟି ଆସନରେ ଆଗୁଆ ଅଛନ୍ତି। କୌଣସି ଦଳ ସଂଖ୍ୟା ଗରିଷ୍ଠତା ହାସନ କରି ନ ପାରିଲେ ସରକାର ଗଠନରେ ଦୁଷ୍ୟନ୍ତ ଚୌଟାଲାଙ୍କ ଦଳ ଜେଜେପି ପ୍ରମୁଖ ଭୂମିକା ଗ୍ରହଣ କରିବ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories