www.samajalive.in
Saturday, December 13, 2025
26.1 C
Bhubaneswar

କୂଅରେ ପଡିଲା ଗଜରାଜ, ଉଦ୍ଧାର କଲା ବଡ଼ଗାଁ ବନବିଭାଗ

ବଡ଼ଗାଁ: ବଡ଼ଗାଁ ବନବିଭାଗ ଅଧିନସ୍ତ କୁତ୍ରା ବ୍ଲକର ପୁରୁକାପାଲି ଗ୍ରାମପଂଚାୟତ ଅନ୍ତର୍ଗତ ବିରତୋଲା-ପଂଚୁପଡା ଗାଁ ମଝିରେ ପାହାଡ଼ ତଳେଥିବା ଏକ କୂଅରେ ଏକ ବଣୁଆ ମାଇ ହାତୀ ପଡି ରାତ୍ରିସାରା ବାହାରି ନପାରିବାରୁ ସକାଳେ ବଡ଼ଗାଁ ଓ କୁତ୍ରା ଦମକଳ ବାହୀନିର ମିଳିତ ପ୍ରଚେଷ୍ଟାରେ ଉକ୍ତ ହାତୀକୁ ଉଦ୍ଧାର କରାଯାଇଅଛି।ପ୍ରାପ୍ତ ବୀବରଣୀ ଅନୁଯାଇ ଗତକିଛିଦିନ ହେଲା ବିରତୋଲା ମାହାବୀର ପାହାଡ଼ତଳ ଜଙ୍ଗଲରେ ୨/୩ ଟି ବଣୁଆ ହାତୀ ରହୁଅଛନ୍ତି।ସେମାନେ ରାତ୍ରି ସାରା ପାହାଡ଼ ତଳ ଜଙ୍ଗଲରେ ଉପଦ୍ରବ କରୁଥିବା ବେଳେ ସକାଳ ହେଲେ ସେହି ଜଙ୍ଗଲକୁ ଫେରିଆସୁଛନ୍ତି।ତେବେ ଏକ ମାଇ ହାତୀ ଗତକାଲି ଗାଁ ଅଭିମୁଖେ ଫସଲ ଖାଇବାକୁ ଯାଉଥିବା ବେଳେ ପାହାଡ଼ ତଳେ ଏକ ଚାନ୍ଦିନୀ ନଥିବା କୂଅରେ ଖସିପଡିଥିଲା ତେବେହାତୀଟି ବହୁ ଚେଷ୍ଟାକରି ମଧ୍ୟ୍ୟ ଉକ୍ତ କୂଅରୁ ବାହାରି ପାରିନଥିଲା।ତେବେ ଗ୍ରାମବାସୀଙ୍କ କହିବା ଅନୁଯାଇ ଉକ୍ତ ହାତୀ ରାତ୍ରି ୧୨ଟାରୁ ୧ଟା ମଧ୍ୟ୍ୟରେ ଉକ୍ତ କୂଅରେ ଖସିପଡିଥିଲା ତେବେ କୂଅଭିତରୁ ବାହାରି ନପାରିବାରୁ ପ୍ରଚଣ୍ଡ ରଡି ଛାଡୁଥିବା ଗାଁ ଲୋକ ଶୁଣିଛନ୍ତି।ତେବେ ଉକ୍ତ ଘଟଣା ବିଷୟରେ ବଡ଼ଗାଁ ରେଜଂର ବିଜୟ କୁମାର ମହାପାତ୍ର ଖବର ପାଇବା ପରେ ଉକ୍ତ ହାତୀକୁ ଉଦ୍ଧାର କରିବା ପାଇଁ ଘଟଣାସ୍ଥଳକୁ ଯାଇଥିଲେ।ପ୍ରଥମେ ଜେସିବି ଦ୍ୱାରା ଉକ୍ତ ହାତୀ କୁ ଉଦ୍ଧାର କରିବାକୁ ଚେଷ୍ଟା କରାଯାଇଥିଲା ତେବେ ଜେସିବି ଉକ୍ତ ସ୍ଥାନକୁ ଯାଇପାରିନଥିଲା।ପରେ ଉକ୍ତ କୂଅ ଉପରେ ଏକ କାଠ ଦିଆଗଲା ପରେ ମଧ୍ୟ୍ୟ ହାତୀଟି କାଠକୁ ଧରିଥିଲା ତେବେ କାଠକୁ ଧରି ଉଠିବାରେ ବିଫଳ ହୋଇଥିଲା।ପ୍ରକାଶ ଯେ ରାତିସାରା କୂଅରେ ହାତୀଟି ଉବୁଟୁବୁ ହୋଇ ସଂମ୍ପୁର୍ଣ୍ଣ ହାଲିଆ ହୋଇଯାଇଥିଲା। ପରେ କୁତ୍ରା ଦମକଳ ବାହୀନି ଓ ବଡ଼ଗାଁ ବନବିଭାଗର କର୍ମଚାରୀଙ୍କର ଆପ୍ରାଣ ପ୍ରଚେଷ୍ଠା ପରେ ଆଜି ଦିନ ୯ଟା୩୦ରେ ଉକ୍ତ ହାତୀକୁ ଉଦ୍ଧାର କରାଯାଇଅଛି। ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଗ୍ରାମବାସୀ ମାନେ ମଧ୍ୟ୍ୟ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ।ତେବେ ହାତୀଟି କୂଆ ଭିତରୁ ବାହାରୀବା ପରେ ଜଙ୍ଗଲ ପଟକୁ ଦୈାଡ଼ି ପଳାଇଥିଲା।ତେବେ ଉକ୍ତ ହାତୀକୁ ଉଦ୍ଧାର କରିବାରେ ବନବିଭାଗ ଓ ଦମକଳ ବାହୀନିର ପଦକ୍ଷେପ ପ୍ରଶଂସନୀୟ ବୋଲି ସାଧାରଣରେ ଚର୍ଚ୍ଚା ହେଉଅଛି।ତେବେ ଉକ୍ତ ସ୍ଥାନରେ ହାତୀ ଉପଦ୍ରବକୁ ନେଇ କିଛି ଗ୍ରାମବାସୀ ମଧ୍ୟ୍ୟରେ ଅସନ୍ତାଷ ଦେଖାଯାଇଥିଲା।ଘଟଣା ବିଷୟରେ ବଡ଼ଗାଁ ରେଜଂର ବିଜୟ କୁମାର ମହାପାତ୍ର ଙ୍କୁ ଯୋଗାଯୋଗ କରିବାରୁ ସେ ଉକ୍ତ ହାତୀକୁ ଉଦ୍ଧାର କରିବା ପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଥିଲା ତେବେ ଉକ୍ତ ହାତୀ ସଂମ୍ପୁର୍ଣ୍ଣ ସୁସ୍ଥ ରହିଥିବା ପ୍ରକାଶ କରିଅଛନ୍ତି।ଉକ୍ତ ଉଦ୍ଧାର କାର୍ଯ୍ୟରେ ହାତୀସୁରକ୍ଷା ପାଇଁ ଜିଲାସ୍ତରରେ ପୁରସ୍କୃତ ହୋଇଥିବା ଚାଷୀ ରବିନ୍ଦ୍ର ପଟେଲ ଓ ସ୍ଥାନୀୟ ଗ୍ରାମବାସୀ ସକ୍ରୀୟ ଭୁମିକା ଗ୍ରହଣ କରିଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories