ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଓ ମହିଳା ସୁରକ୍ଷା ଯାତ୍ରା ପ୍ରମୁଖ ପ୍ରସଙ୍ଗ

0

ଭୁବନେଶ୍ୱର :ଆସନ୍ତା ୨୬ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତକୁ କିଭଳି ସଫଳ କରାଯିବ ଏବଂ ଓଡ଼ିଶାବାସୀଙ୍କ ନିକଟରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ପହଞ୍ଚିବ ସେନେଇ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଛି। ଏହାସହିତ ରାଜ୍ୟ ସରକାର ମା’କୁ ସମ୍ମାନ ନାଁରେ କିଭଳି ପ୍ରହସନ କରୁଛନ୍ତିି ଏବଂ ଏନେଇ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆରମ୍ଭ ହୋଇଥିବା ସଚେତନତା ଯାତ୍ରା ପ୍ରତି ମହିଳାମାନଙ୍କ ଆସ୍ଥା ବଢ଼ୁଛି ତା’ ଉପରେ ବିଶେଷ ଆଲୋଚନା ହୋଇଥିବା ରାଜ୍ୟ ପଦାଧିକାରୀ ବୈଠକରୁ ଜଣାଯାଇଛି।
ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ପ୍ରଭାରୀ ଓ ରାଷ୍ଟ୍ରୀୟ ସାଧାରଣ ସଂପାଦକ ଅରୁଣ ସିଂହ, ରାଷ୍ଟ୍ରୀୟ ଯୁଗ୍ମ ସାଧାରଣ ସଂପାଦକ (ସଂଗଠନ) ସୌଦାନ ସିଂହ, ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀ, ବିଧାୟକ ଦଳନେତା କେ.ଭି. ସିଂହଦେଓ, ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗୋ ପ୍ରମୁଖ ଯୋଗଦେଇ ଉପରୋକ୍ତ ବିଷୟ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।
ବୈଠକ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି ଯେ ରାଜ୍ୟର ମହିଳାମାନେ ଯେପରି ନିଜ ଅଧିକାରରୁ ବଞ୍ଚିତ ହେବା ସହିତ ରାଜ୍ୟସରକାରଙ୍କ ଦ୍ୱାରା ଅବହେଳିତ ହୋଇଛନ୍ତି ତାହା ସମସ୍ତଙ୍କୁ ଭଲ ଭାବେ ଜଣା। ଏହି ପରିପ୍ରେକ୍ଷୀରେ ବିଜେପି ମହିଳା ସୁରକ୍ଷାଯାତ୍ରାକୁ ବ୍ୟାପକ ସମର୍ଥନ ଦେଇଥିବାରୁ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡା ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଏହି ଅବସରରେ ଭୂମିହୀନ ଆଦିବାସୀମାନେ ଜମି ପାଇବାରୁ କିଭଳି ବଞ୍ଚିତ ହେଉଛନ୍ତି ଏବଂ ଜଳସେଚନର ଅଭାବ, ନକଲି କୀଟନାଶକ ଓøଷଧ ବିତରଣ, ଧାନର ସର୍ବନିମ୍ନ ମୂଲ୍ୟ ଚାଷୀକୁ ନମିଳିବା ଆଦି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି।

Leave A Reply