www.samajalive.in
Tuesday, December 9, 2025
17.1 C
Bhubaneswar

ଦାରିଙ୍ଗବାଡ଼ି ମଣ୍ଡଳ ବିଜେପି ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଫୁଲବାଣୀ: ଦାରିଙ୍ଗବାଡ଼ି ବ୍ଲକ ରାଶିପଦା ପଡ଼ିଆଠାରେ ଶୁକ୍ରବାର ନୂତନ ଭାବରେ ମନୋନୀତ ହୋଇଥିବା ବିଜେପି ଦଳର ଦାରିଙ୍ଗବାଡ଼ି ମଣ୍ଡଳ ସଭାପତି ସନ୍ତୋଷ କୁମାର ସାହୁଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପ୍ରଥମେ କନ୍ଧମାଳ ବିଜେପିର ଆଦିବାସୀ ନେତା ବିପ୍ର ଚରଣ ପ୍ରଧାନଙ୍କ ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଜିଲ୍ଲା-ଉପସଭାପତି ବିଷ୍ଣୂଚରଣ ପ୍ରଧାନ ଏବଂ ପୂର୍ବତନ ମଣ୍ଡଳ ସଭାପତି ଅରୁଣ ପ୍ରଧାନ ପ୍ରମୁଖ ପୁଷ୍ପଗୁଚ୍ଛ ପ୍ରଦାନ କରି ନୂତନ ସଭାପତିଙ୍କୁ ସ୍ୱାଗତ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ହରେନ କୁମାର ସାହୁ, ଇନ୍ଦ୍ରମଣୀ ପ୍ରଧାନ, ଜୟଚନ୍ଦ୍ର ପଡ୍ରା, ସାନ୍ତନୁ ପ୍ରଧାନ, ମାନେଙ୍ଗା ପ୍ରଧାନ, ପାଣ୍ଡବ ପ୍ରଧାନ, ଶ୍ରୀଚନ୍ଦ୍ର ଦଣ୍ଡସେନା, ସୋନାଲୀ ପ୍ରଧାନ, ଜ୍ୟୋତ୍ସ୍ନାରାଣୀ ନାୟକ, ମିନକେତନ ସାହୁ, ପ୍ରଭାକର ସାହୁ, ନିରଂଜନ ସାହୁ, ବିରଂଚି ନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲୋ ନୂତନ ମଣ୍ଡଳ ସଭାପତି ଦାରିଙ୍ଗବାଡ଼ି ବ୍ଲକର ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଦଳ ଆଗାମୀ ଦିନରେ ବ୍ଲକରେ ସଂଗଠନ ସୁଦୃଢ଼ କରିବା ସହିତ ସଂଗଠନ ବିସ୍ତାର କରିବା ପାଇଁ ଚେଷ୍ଟା କରିବେ ବୋଲି ନୂତନ ସଭାପତି ସନ୍ତୋଷ ସାହୁ ପ୍ରକାଶ କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories