www.samajalive.in
Saturday, December 13, 2025
21.1 C
Bhubaneswar

ପାଚିକା ଓ ପାଚିକା ସହାୟକଙ୍କୁ ତାଲିମ ପ୍ରଦାନ

ପିପିଲି: ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ୫୫ଟି ସ୍କୁଲର ୧୦୦ ଜଣ ପାଚିକା ଓ ପାଚିକା ସହାୟକଙ୍କୁ ଗୋବିନ୍ଦପୁର ନୋଡାଲ ୟୁପି ସ୍କୁଲରେ ପିଏମ ପୋଷଣ ଯୋଜନାରେ ତାଲିମ ପ୍ରଦାନ କରାଯାଇଛି। ତାଲିମ ଶିବିରକୁ ଏବିଇଓ ଲକ୍ଷ୍ମୀପ୍ରିୟା ନାୟକ ଉଦଘାଟନ କରିଥିବା ବେଳେ ସିଆରସିସି ବୈକୁଣ୍ଠ ବିଶ୍ବାଳ, ଭଗବାନ ସାହୁ ତାଲିମ ପ୍ରଦାନ କରିଥିଲେ। ସିଆରସିସି ଚିନ୍ତାମଣି ଓଝା, ପୂର୍ଣ୍ଣଚନ୍ଦ୍ର ବେହେରା, ବଟକୃଷ୍ଣ ସାହୁ, ଡାଟା ଏଣ୍ଟ୍ରି ଅପରେଟର ରୋଜାଲିନ ସେନାପତି, ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀ ମଧୁଛନ୍ଦା ମିଶ୍ର, ଲକ୍ଷ୍ମୀଧର ପ୍ରଧାନ, ବାସନ୍ତୀ ତ୍ରିପାଠୀ, ଉମେଶ ଚନ୍ଦ୍ର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଏଥିସହ ରୋଷେଇଆ ମାନଙ୍କ ମଧ୍ୟରେ ବିଭିନ୍ନ ପୁଷ୍ଟିକର ରନ୍ଧା ଖାଦ୍ୟ ପ୍ରତିଯୋଗିତା କରାଯାଇଥିଲା। ବିଦ୍ୟାଳୟ ମାନଙ୍କରେ ରୋଷେଇ ସମୟରେ ପରିଷ୍କାର ପରିଚ୍ଛନ୍ନ ପରିବେଶରେ ଖାଦ୍ୟ ପ୍ରସ୍ତୁତି ସହ ପିଲାମାନଙ୍କୁ ପରିବେଷଣ ଆଦି ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା। ରୋଷେଇ ସମୟରେ ଯେପରି ସମସ୍ତେ ଆପ୍ରୋନ ଓ ହେଡ କ୍ୟାପ ବ୍ୟବହାର କରିବେ ସେଥିପ୍ରତି ଦୃଷ୍ଟି ଦିଆଯାଇଥିଲା।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories