ଢେଙ୍କାନାଳ ଜିଲାର ବିଭିନ୍ନ ସ୍ଥାନରେ ରାଜ୍ୟ ସଭାପତିଙ୍କ ପଞ୍ଚାୟତ ନିର୍ବାଚନୀ ପ୍ରଚାର

ଅର୍ଥ ନୁହେଁ, ରାଜ୍ୟ ସରକାରଙ୍କ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ରହିଛି: ସମୀର ମହାନ୍ତିି

ଭୁବନେଶ୍ୱର: ମୋଦୀ ସରକାର ଶାସନ କ୍ଷମତାକୁ ଆସିବା ପରେ ଗ୍ରାମାଞ୍ଚଳର ସାମୁହିକ ବିକାଶ ପାଇଁ କାର୍ଯ୍ୟରତ। ଏଥିପାଇଁ ୧୪ଦଶ ଓ ୧୫ଦଶ ଅର୍ଥ କମିଶନ ଆଧାରରେ ମୋଦୀ ସରକାର ପ୍ରତ୍ୟେକ ପଂଚାୟତର ବିକାଶ ପାଇଁ ସିଧାସଳଖ କେନ୍ଦ୍ରରୁ ଟଙ୍କା ପଠାଇଲେ। ମାତ୍ର ଦୁର୍ଭାଗ୍ୟର ବିଷୟ, ରାଜ୍ୟରେ ଶାସକ ବିଜେଡିର ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାର କାରଣରୁ ଏହି ଟଙ୍କା ଗ୍ରାମାଞ୍ଚଳର ବିକାଶ ପାଇଁ ବିନିଯୋଗ ହୋଇନପାରି ବାଟମାରଣା ହେଲା ଏବଂ ଶାସକ ବିଜେଡିର କିଛି ମୁଷ୍ଟିମେୟ ନେତାମାନେ ହରିଲୁଟ କରିଲେ। “ଇ-ଗ୍ରାମ ସ୍ୱରାଜ” ପୋର୍ଟାଲରେ କେନ୍ଦ୍ରୀୟ ଅନୁଦାନର ସଂପୂର୍ଣ୍ଣ ତଥ୍ୟ ରହିଛି ଏବଂ ଗ୍ରାମାଞ୍ଚଳବାସୀ ନିଜ ନିଜ ଅଞ୍ଚଳର ଉଭୟ ବିକାଶ ଓ ଦୁର୍ନିତୀ ସଂପର୍କରେ ଅବଗତ ହୋଇପାରିବେ। ରାଜ୍ୟର ଅଧିକାଂଶ ଗ୍ରାମାଂଚଳରେବିଜୁଳି ଖୁଣ୍ଟ ଅଛି, କିନ୍ତୁ ଲାଇଟ ଜଳୁନାହିଁ। ଡ୍ରେନ ଓ ସ୍ୱେରେଜ ବ୍ୟବସ୍ଥା ନଥିବା କାରଣରୁ ରାସ୍ତା ଉପରେ ପାଣି ଜମା ରହୁଛି। ଆବର୍ଜନା ଓ ବର୍ଜ୍ୟବସ୍ତୁ ପରିଚାଳନାରେ ଫେଲ ମାରିଥିବାରୁ ଗ୍ରାମାଞ୍ଚଳରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ପଲ୍ଲୀସଭା ଓ ଗ୍ରାମସଭାକୁ ପ୍ରାୟ ବନ୍ଦ କରି ରଖାଯାଇଛି। ଗ୍ରାମାଂଚଳର ବିକାଶ ପାଇଁ ଅର୍ଥର ଅଭାବ ନାହିଁ, ବରଂ ଶାସକ ବିଜେଡିର ରାଜନୈତିକ ଇଚ୍ଛାଶକ୍ତିର ଅଭାବ କାରଣରୁ ରାଜ୍ୟର ଗ୍ରାମାଂଚଳରେ ସଠିକ ବିକାଶ ହେଉନାହିଁଏବଂ ସାମୁହିକ ବିକାଶ ବାଧାପ୍ରାପ୍ତ ହୋଇଛି। ପ୍ରଧାନମନ୍ତ୍ରୀ ଅବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଓ ଲାଂଚ କାରବାର କାରଣରୁ ଗରୀବ ବାସହୀନମାନେ ସାମାନ୍ୟ ବାସଗୃହଟିଏ ପାଇବାରୁ ବଂଚିତ ହେଉଛନ୍ତି। ଦଳୀୟ ଆଧାରରେ ରାସନ କାର୍ଡ ବଣ୍ଟନ ହେଉଛି। ବ୍ୟାପକ ପିସି କାରବାର ଦୁର୍ନୀତିଗସ୍ତ ରାଜ୍ୟ ସରକାରଙ୍କ ଅସଲି ମୁଖା ଖୋଲିଦେଇଛି। ରାଜ୍ୟ ସରକାରଙ୍କ ଗ୍ରାମାଂଚଳ ବିକାଶ ବିରୋଧୀ ମନୋଭାବକୁ ସ୍ପଷ୍ଟ କରିଛି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି।

prayash

ଚଳିତ ପଂଚାୟତ ନିର୍ବାଚନ ପ୍ରଚାର ଅବସରରେ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଆଜି ଢେଙ୍କାନାଳ ଜିଲ୍ଲା ଗଂଦିଆ ଜୋନ-୧ ଅନ୍ତର୍ଗତ ଯୋରନ୍ଦା ପଂଚାୟତର କେନ୍ଦୁପଡା, ନାକ୍ଟିମା, କାକୋଲଣ୍ଡା, ଯୋରନ୍ଦା, ଆକ୍ତିନ୍ଦା, ମହାପଦା, ଲତାଦେଇପୁର, କାଲୁରିଆ, କେନ୍ଦୁପଡା, ଶଂକର ଆଦି ଗ୍ରାମରେ ରୋଡ ସୋ ଓ ପଦଯାତ୍ରା କରି ଦଳୀୟ ପ୍ରାର୍ଥିନୀ ଶ୍ରୀମତୀ ମମତା ସ୍ୱାଇଁଙ୍କ ସପକ୍ଷରେ ପ୍ରଚାର କରିଥିଲେ। ଜୋନ-୪ରେ ଦଳୀୟ ପ୍ରାର୍ଥୀ ବନମାଳି ଦେହୁରୀଙ୍କ ସପକ୍ଷରେ ଭୋଟ ପ୍ରଚାର କରିଥିଲେ। ଏହି ଅବସରରେ ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ, ଜିଲ୍ଲା ସଭାପତି ନରେଶ ମହାପାତ୍ର, ସ୍ଥାନୀୟ ମଣ୍ଡଳ ସଭାପତି ପ୍ରତ୍ୟୁଷ ହରି ମହାପାତ୍ର ଓ ପ୍ରଦୀପ ଦାସ ପ୍ରମୁଖଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।
ଗଣତନ୍ତ୍ରରେ ଜନତା ମାଲିକ୍। ରାଜ୍ୟରେ ରାଜନୈତିକ ପରିବର୍ତନର ହାୱାକୁ ଉପଲବ୍ଧ କରି ଶାସକ ବିଜେଡି ବର୍ତମାନ ସରକାରୀ କଳ, ବଳ ଓ ଅର୍ଥର ଅପବ୍ୟବହାର କରିବା ସହିତ ବିରୋଧୀମାନଙ୍କୁ ପୋଲିସ ଓ ପ୍ରଶାସନ ସହାୟତାରେ ଭୟଭୀତ କରିବାର ଅପପ୍ରୟାସ ଆରମ୍ଭ କରିଦେଇଛି। ଅନ୍ୟ ପଟେ ଦୁର୍ନୀତିମୁକ୍ତ ଓ ଭ୍ରଷ୍ଟାଚାରମୁକ୍ତ ଶାସନ ଜରିଆରେ ଲୋକଙ୍କୁ ସେବା ଏବଂ ସୁଶାସନ ଦେବା ପାଇଁ ଭାରତୀୟ ଜନତା ପାର୍ଟି ସଂକଳ୍ପବଦ୍ଧ ବୋଲି ଶ୍ରୀ ମହାନ୍ତି କହିଛନ୍ତି।
ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ରାଜ୍ୟ ବିଜେପି ତରଫରୁ ପ୍ରଚାର କାର୍ଯ୍ୟକୁ ବ୍ୟାପକ କରାଯାଇଛି। ଗତ ସପ୍ତାହରେ ୩ ଦିନିଆ ଓଡିଶା ଗସ୍ତରେ ଆସିଥିବା ରାଜ୍ୟ ପ୍ରଭାରୀ ଶ୍ରୀମତୀ ଡି.ପୁରନ୍ଦେଶ୍ୱରୀ ରାୟଗଡା ଓ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ପଂଚାୟତ ନିର୍ବାଚନ ପ୍ରଚାର କାର୍ଯ୍ୟ କରିଥିଲେ। ବର୍ତମାନ ୨ ଦିନିଆ ଓଡିଶା ଗସ୍ତରେ ଆସିଥିବା ରାଜ୍ୟ ସହ ପ୍ରଭାରୀ ଶ୍ରୀ ବିଜୟ ପାଲ୍ ସିଂହ ତୋମାର ଗତ କାଲି ନୂଆପଡା ଏବଂ ଆଜି କଳାହାଣ୍ଡି ଜିଲ୍ଲାର ନର୍ଲା, ଦେପୁର, ବୋରଦା, କାଶିବାହାଲ, ଲଡୁଗାଁ, କଉଦଲ୍ ଗ୍ରାମରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ପ୍ରଚାର କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ବିଶଶ୍ୱେର ଟୁଡୁ ମୁରଭଞ୍ଜ ଜିଲ୍ଲାରେ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ସୁନ୍ଦରଗଡ ଜିଲ୍ଲାରେ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାଫ ଷଡଙ୍ଗୀ ବାଲେଶ୍ୱର ଜିଲ୍ଲାରେ, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ଗତ ୩ ଦିନ ଧରି କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ଗ୍ରାମାଂଚଳ ଏବଂ ଅନ୍ୟତମ ରାଜ୍ୟ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର ଘୁମୁସୁର (ଗଂଜାମ), କନ୍ଧମାଳ, ନୟାଗଡ ଏବଂ ପୁରୀ ଜିଲ୍ଲାର ବିଭିନ୍ନ ଗ୍ରାମାଂଚଳ ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କାର୍ଯ୍ୟ କରୁଛନ୍ତି।

kalyan agarbati

Comments are closed.