ଭୁବନେଶ୍ବରରେ ବିଜେପି-କଂଗ୍ରେସ କର୍ମୀ ମୁହାଁମୁହିଁ

ଭୁବନେଶ୍ବର: ଭୁବନେଶ୍ବରରେ ବିଜେପି-ଛାତ୍ର କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି। ମାଷ୍ଟରକ୍ୟାଣ୍ଟିନ ଛକରେ ଉଭୟ ଦଳର କର୍ମୀ ମୁହାଁମୁହିଁ ହୋଇଛନ୍ତି। ରାହୁଲ ଗାନ୍ଧୀଙ୍କ ହିନ୍ଦୁ ବିରୋଧୀ ମନ୍ତବ୍ୟକୁ ବିଜେପିର ବିରୋଧବେଳେ ଉଭୟ ଦଳ ମୁହାଁମୁହିଁ ହୋଇଥିଲେ। ଖବର ପାଇ କମିଶନରେଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ କରିଥିଲା। ଏହି ସମୟରେ ଉଭୟ ଦଳର କର୍ମୀ ପୁଲିସ ଉପସ୍ଥିତିରେ ଟେକାପଥର ଓ ଗୋବର ମାଡ଼ କରିଥିଲେ। କଂଗ୍ରେସ ଭବନରେ ଲାଗିଥିବା ରାହୁଲ ଗାନ୍ଧୀଙ୍କ ପୋଷ୍ଟର ଉପରକୁ ଗୋବର ମାଡ଼ କରିଥିଲେ। ଛାତ୍ର କଂଗ୍ରେସ ପକ୍ଷରୁ ଏହାର ଦୃଢ଼ ପ୍ରତିବାଦ କରାଯାଇଥିଲା। ଏଥିରେ ଉଭୟ ଦଳର କିଛି କର୍ମୀ ଆହତ ହୋଇଥିବା ସୂଚନା ମିଳିଛି। ପରବର୍ତ୍ତୀ ସମୟରେ ଛାତ୍ର କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କ ପୋଷ୍ଟର ଉପରେ ଲାଗିଥିବା ଗୋବରକୁ କ୍ଷୀରରେ ସଫା କରିଥିବା ଦେଖିବାକୁ ମିଳିଥିଲା।

Comments are closed.