mission shakti banner

ଅତାବିରା ଏନଏସି ନିର୍ବାଚନ : ବିଜେଡିର ବନମାଳି ବରିହା ଅଧ୍ୟକ୍ଷ

ବିଜେଡିର ବିପୁଳ ବିଜୟ

nua o banner

ଡେସ୍କ : ଅତାବିରା ବିଜ୍ଞପିତ ଅଞ୍ଚଳ ପରିଷଦ (ଏନଏସି) ପାଇଁ ହୋଇଥିବା ନିର୍ବାଚନରେ ବିଜୁ ଜନତା ଦଳ ବିପୁଳ ବିଜୟ ହାସଲ କରିଛି । ଏନଏସିର ୧୨ଟି ୱାର୍ଡ ମଧ୍ୟରୁ ୧୧ଟିରେ ବିଜେଡି ପ୍ରାର୍ଥୀ ମାନେ ବିଜୟୀ ହୋଇଛନ୍ତି । ସେହିପରି ବିଜେଡିର ବନମାଳି ବରିହା ଅତାବିରା ଏନଏସି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଗୋଟିଏ ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

ଅନ୍ୟପକ୍ଷରେ  ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନଏସିର ନିର୍ବାଚନରେ ମଧ୍ୟ ବିଜେଡି ବିଜୟୀ ହୋଇଛି । ଏହି ବିଜ୍ଞପିତ ଅଞ୍ଚଳ ପରିଷଦର ୧୬ଟି ୱାର୍ଡ ମଧ୍ୟରୁ ୧୧ଟି ୱାର୍ଡରେ ବିଜେଡି ପ୍ରାର୍ଥୀ ମାନେ ବିଜୟୀ ହୋଇଛନ୍ତି । ଏନଏସିର ଅଧ୍ୟକ୍ଷ ଭାବେ ବିଜେ଼ଡି ପ୍ରାର୍ଥୀ କେଶବ ପ୍ରଧାନ ବିଜୟୀ ହୋଇଛନ୍ତି । ୫ଟି ୱାର୍ଡରେ ବିଜେପି ପ୍ରାର୍ଥୀ ମାନେ ବିଜୟୀ ହୋଇଛନ୍ତି

Comments are closed.