ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ଦଳର ସଜବାଜ

ଝୁମ୍ପୁରା : ପାଟଣା ନିର୍ବାଚନ ମଣ୍ଡଳି ଝୁମ୍ପୁରା ବ୍ଲକର ୧୦ ଗୋଟି ପଚାୟତର ସରପଞ୍ଚ, ସମିତି ସଭ୍ୟ-ସଭ୍ୟା ମାନଙ୍କୁ ନେଇ ବୈଠକ ଅସନପାଟ ନିକଟସ୍ଥ ଆମ୍ବ ବଗିଚା ଠାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ପାଟଣା ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାୟକଙ୍କ ନିର୍ଦେଶ କ୍ରମେ ଝୁମ୍ପୁରା ବ୍ଲକ ବିଜୁ ଯୁବ ଜନତା ଦଳର ବ୍ଲକ ସଭାପତି ଇଂ ହରିଭକ୍ତ କୁନା ଗିରିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ  ବିଜୁ ଯୁବ ଜନତା ଦଳର ଉପସଭାପତି ଟୁନା ବାରିକ, ବରିଷ୍ଠ ସଦସ୍ୟ ଲକ୍ଷ୍ମଣ କୁମାର ସାହୁ, ସୁଶାନ୍ତ କୁମାର ପ୍ରଧାନ, ଯଦୁମଣି ବାରିକ, ପରେଶ ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ସାଧାରଣ ନିର୍ବାଚନ ପୂର୍ବରୁ ଦଳକୁ ଅଧିକ ସୁଦୃଢ କରିବା ସହିତ ଦଳର କର୍ମୀ ମାନଙ୍କ ସହିତ ଉତ୍ତମ ବୁଝାମଣା କରିବା ସହିତ ବର୍ତ୍ତମାନ ବିଜୁ ଜନତା ଦଳର କର୍ମୀ ମାନେ ଗ୍ରାମକୁ ଗ୍ରାମ ଯାଇ ଦଳ ଲୋକ ମାନଙ୍କ ପାଇଁ କିପରି ଜନହିତକର କାମ କରିଛି, ସେ ସମ୍ପର୍କରେ ଜନସାଧାରଣକୁ ଅବଗତ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ବୈଠକରେ ପାଟଣା ନିର୍ବାଚନ ମଣ୍ଡଳି ଝୁମ୍ପୁରା ବ୍ଲକର ବିଜୁ ଜନତା ଦଳ ସମର୍ଥତ ୧୦ ଗୋଟି ପଚାୟତର ସରପଞ୍ଚ ଏବଂ ୮ ଗୋଟି ପଚାୟତର ସମିତି ସଭ୍ୟ-ସଭ୍ୟା ଉପସ୍ଥିତ ଥିଲେ। ପ୍ରତ୍ୟେକ ସରପଞ୍ଚ ଏବଂ ସମିତି ସଭ୍ୟମାନେ ନିର୍ବାଚନ ପୂର୍ବରୁ ସେବା ମନୋବୃତ୍ତି ନେଇ କାମ କରିବାକୁ ପରାମର୍ଶ ଦେଇଥିଲେ । ତା’ ସହିତ ଗାଁ ଗାଁରେ ସାହି ସାହିରେ ରହିଥିବା ସମସ୍ୟା ଗୁଡିକୁ କିପରି ଅଳ୍ପ ଦିନ ମଧ୍ୟରେ ସମାଧାନ କରାଯାଇ ପାରିବ ସେ ସମ୍ପର୍କରେ ଦଳର ବରିଷ୍ଠ କର୍ମକର୍ତ୍ତା ମାନଙ୍କ ସହିତ ଆଲୋଚନା କରି ଲୋକଙ୍କ ସମସ୍ୟା ଦୂର କରିବା ଦିଗରେ ସରପଞ୍ଚ ସମିତି ସଭ୍ୟ ମାନେ ଆଗେଇ ଆସିବାକୁ ଦଳ ପକ୍ଷରୁ ନିର୍ଦେଶ ଦିଆଯାଇଛି।

Comments are closed.