ଆତ୍ମନିର୍ଭରଶୀଳ ତାଲିମ ଶିବିର

ଚୌଦ୍ୱାର : ଇମ୍ଫା ଶିଳ୍ପଗୋଷ୍ଠୀର ସାମାଜିକ ଦାୟିତ୍ୱବୋଧ ଶାଖା ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ୍ ଓ କଟକ ଜନ ଶିକ୍ଷଣ ସଂସ୍ଥାନର ମିଳିତ ଆନୁକୁଲ୍ୟରେ ଟାଙ୍ଗୀ-ଚୌଦ୍ୱାର ବ୍ଲକରେ ମହିଳା ଆତ୍ମନିର୍ଭରଶୀଳ ତାଲିମ୍ ଶିବିର ମାନ ଆୟୋଜିତ ହୋଇ ଯାଇଛି । ବାଣୀପଦା ପଞ୍ଚାୟତ ଓ ମଙ୍ଗରାଜପୁର ପଞ୍ଚାୟତରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବିଆଇପିଏଫର ଉପ ସଭାପତି ଅଶୋକ ବେହେରା ଉଦଘାଟନ କରିଥିଲେ । କଟକ ଜନ ଶିକ୍ଷଣ ସଂସ୍ଥାନର ନିର୍ଦ୍ଦେଶିକା ଅନିମା ଦାଶ ଏଥିରେ ଅତିଥି ଭାବେ ଯୋଗ ଦେଇ ଗ୍ରାମାଞ୍ଚଳର ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ସହିତ ସେମାନଙ୍କ ଆର୍ଥିକ ଅବିବୃଦ୍ଧି ଲକ୍ଷ୍ୟରେ ବିଆଇପିଏଫ ତରଫରୁ ମହିଳା ମାନଙ୍କୁ ବିଭିନ୍ନ ପ୍ରକାର ବୈଷୟିକ ତାଲିମ ପ୍ରଦାନ ସହିତ ଏଥିପାଇଁ ବିଭିନ୍ନ ସହାୟତା ପ୍ରଦାନ କରା ଯାଉଥିବା ସୂଚନା ଦେଇ ଜନ ଶିକ୍ଷଣ ସଂସ୍ଥାନ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରୁ ମହିଳା ଓ କିଶୋରୀ ବାଳିକା ମାନେ ଲାଭ ଉଠାଇବାକୁ ପରାମର୍ଶ ଦେଇଥିଲେ।

prayash

ଇମ୍ଫା ଲୋକ ସମ୍ପର୍କ ଡିଜିଏମ୍ ଧୃବ ଚରଣ ରାଉତ, ମ୍ୟାନେଜର ମାନସ ରଞ୍ଜନ ପ୍ରଧାନ, ଅକ୍ସନ୍ ଏଡ଼ର ଜିଲା ପ୍ରତିନିଧି ନିବେଦିତା ପାଣିଗ୍ରାହୀ, ସ୍ଥାନୀୟ ବରିଷ୍ଠ ନାଗରିକ ଲକ୍ଷ୍ମଣ ରାଉତ ପ୍ରମୁଖ ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ। ଫାଉଣ୍ଡେସନର ଅଧିକାରୀ ଆଶୀଷ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବାଣୀପଦା ପଞ୍ଚାୟତ ଏବଂ ମଙ୍ଗରାଜପୁର ପଞ୍ଚାୟତରେ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ଓ କିଶୋରୀ ବାଳିକା ମାନଙ୍କ ପାଇଁ ଆୟୋଜିତ ଫଳ ଓ ପନିପରିବା ପ୍ରକ୍ରିୟାକରଣ ଓ ସଂରକ୍ଷଣ ଏବଂ ଏମ୍ବ୍ରୋଡୋରୀ ତାଲିମ୍ ଶିବିରରେ ଅଞ୍ଚଳର ୭୦ରୁ ଅଧିକ ମହିଳା ଓ କିଶୋରୀ ବାଳିକା ଯୋଗଦେଇ ତାଲିମ ଗ୍ରହଣ କରିଥିଲେ। ଜନ ଶିକ୍ଷଣ ସଂସ୍ଥାର କାର୍ଯ୍ୟକ୍ରମ ସହଯୋଗୀ ସୌମେନ୍ଦ୍ର କୁମାର ରାୟ, ସଂଗୀତା ମହାନ୍ତିି, ଫାଉଣ୍ଡେସନ୍ ଅଧିକାରୀ ଶୁଭଶ୍ରୀ ନାୟକ, ବର୍ଷାରାଣୀ ବାରିକ, ଅନୀଲ କୁମାର ମହାରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Comments are closed.