ଦେଖନ୍ତୁ ଭିଡିଓ- ବିହାରରେ ଚୋର ଲକର୍‌ ଖୋଲି ନପାରି ବ୍ୟାଙ୍କ ପୋଡିଦେଲେ

ପାଟଣା – ବିହାରରେ ଏକ ଅଭାବନୀୟ ଘଟଣା ଘଟିଛି । ରାତିରେ ଏକ ବ୍ୟାଙ୍କରେ ଚୋରମାନେ ଚୋରି କରିବାପାଇଁ ପଶିଥିଲେ । ସେଠାରେ ଥିବା ଲକର ଖୋଲି ଟଙ୍କା ଏବଂ ସୁନା ନେବା ପାଇଁ ଯୋଜନା କରିଥିଲେ । ବହୁ ସମୟ ଧରି ଚୋରମାନେ ଲକର ଖୋଲିବା ପାଇଁ ଚେଷ୍ଟା କରିଥିଲେ ।

ମାତ୍ର ସମସ୍ତ ଚେଷ୍ଟା ଫସର ଫାଟିଯାଇଥିଲା । ଏହାପରେ ଚୋରମାନେ ବ୍ୟାଙ୍କରେ ନିଆଁ ଲଗାଇ ଦେଇଥିଲେ । ଏଥିରେ ବ୍ୟାଙ୍କର ସମସ୍ତ ଆବସବାବ ପତ୍ର ଜଳିଯାଇଛି । ଖବର ପାଇ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ । ମାତ୍ର ସେତେବେଳକୁ ସବୁକିଛି ଜଲିପୋଡି ସାରିଥିଲା ।

ଏହା ବିହାରର ସୁପଲର ସଦରଥାନା ଅଞ୍ଚଳରେ ଘଟିଛି । ସ୍ଥାନୀୟ ଲୋକ ଭୋରରୁ ବ୍ୟାଙ୍କରୁ ଧୂଆଁ ବାହାରୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ । ପୁଲିସ ଦମକଳ ବାହିନୀ ସହ ସେଠାରେ ପହଞ୍ଚିଥିଲା ।

ଏହାପରେ ସେଠାରେ ଥିବା ସିସିଟିଭିର ହାର୍ଡ ଡିକ୍ସକୁ ଜବତ କରାଯାଇଥିଲା । ଏଥିରୁ ଚୋରମାନେ ନିଆଁ ଲଗାଉଥିବା ଏବଂ ଅନ୍ୟ ସମସ୍ତ ଘଟଣା ବିଷୟରେ ଜଣାପଡିଛି ।

Comments are closed.