www.samajalive.in
Tuesday, December 9, 2025
16.1 C
Bhubaneswar

ଭଉଣୀକୁ ଅଶ୍ଳୀଳ ବ୍ୟବହାର କରିଥିବା ଯୁବକକୁ ହତ୍ୟାକଲା ଭାଇ

ପାଟନା – ବିହାର  ଆରା ମୁଫାସ୍ସିଲ୍ ଥାନା ଅନ୍ତର୍ଗତ ଭେଲୁଡମରା ଗାଁରେ ଭଉଣୀକୁ ଖରାପ ବ୍ୟବହାର କରିଥିବା ଯୁବକକୁ ତାହାର ଭାଇ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ଏହି ଗାଁରେ ଜଣେ କଲେଜ ଛାତ୍ରୁ ରବିକୁମାରଙ୍କୁ କେହି ଗଳାକାଟି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ପୁଲିସ ଘଟଣାର ତଦନ୍ତ କରିଥିଲା। ରବି କୁମାର ନାମକ ଯୁବକ ଜଣଙ୍କ ଜଣେ ଯୁବତୀଙ୍କ ସହ ଅଶ୍ଳୀଳ୍ଳ ଓ ଅସଦ୍‌ ବ୍ୟବହାର କରିଥିବା ତଦନ୍ତ ବେଳେ ଜଣା ପଡିଥିଲା । ପରେ ପୁଲିସ ସମ୍ପୃକ୍ତ ଯୁବତୀଙ୍କ ଭାଇ ଏବଂ ତାହାର ଜଣେ ସାଙ୍ଗକୁ ଗିରଫ କରିଛି ।

ଭଉଣୀକୁ ରବିକୁମାର ଅଶ୍ଳୀଳ ବ୍ୟବହାର କରୁଥିବା ଜାଣିବା ପରେ ସମ୍ପୃକ୍ତ ଯୁବତୀଙ୍କ ଭାଇ ଏବଂ ତାହାର ଦୁଇ ଜଣ ସାଙ୍ଗ ସମ୍ପୃକ୍ତ ଯୁବକକୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ । ଖରାପ ବ୍ୟବହାର କରିଥିବା ଯୁବକ ରବିକୁମାରକୁ ଏମାନେ ତାଗିଦ କରିଥିଲେ । ହେଲେ ସେ ମାନି ନଥିଲା । ପୁଣି ଖରାପ ବ୍ୟବହାର କରିବାରୁ ଯୁବତୀଙ୍କ ଭାଇ ଏବଂ ତାଙ୍କ ସାଙ୍ଗମାନେ ରବିକୁମାରକୁ ଡାକି ନେଇଥିଲେ । ଏହାପରେ ଏକ ଦାଆ ସାହାଯ୍ୟରେ ଗଳାକାଟି ହତ୍ୟା କରିଥିଲେ ।

- Advertisement -

ହତ୍ୟା ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ଫେରାର ହୋଇଯାଇଛି । ପୁଲିସ ଘଟଣାରେ ବ୍ୟବହୃତ ଦାଆ ଏବଂ ମୋବାଇଲ୍‌ ଫୋନ୍‌ ଜବତ କରିଛି । ଗିରଫ ହୋଇଥିବା ଯୁବକମାନେ ହତ୍ୟା ସମ୍ପର୍କରେ ମାନିଯାଇଛନ୍ତି । ତାଙ୍କ ଭଉଣୀ ସହ ଅଶ୍ଳୀଳ ବ୍ୟବହାର କରିବାରୁ ହତ୍ୟା କରିଥିବା କଥା ସେମାନେ ମାନିଥିବା ବିହାର ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories