ନୂଆଦିଲ୍ଲୀ : ବିଗ୍ ବସ୍କୁ ନେଇ ଆସିଲା ଖୁସି ଖବର । ଟିଭିର ସବୁଠାରୁ ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍ ବସ୍ ୧୮’ତମ ସିଜନ୍ ଆରମ୍ଭ ହେବାକୁ ଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ପ୍ରତିଯୋଗୀ ଏବଂ ଥିମ୍ ସମ୍ବନ୍ଧୀୟ ଖବର ଆସୁଥିଲା । କିନ୍ତୁ ବର୍ତ୍ତମାନ ସଲମାନ ଖାନଙ୍କ ପ୍ରୋମୋ ପ୍ରିମିୟରର ତାରିଖ ଏବଂ ସମୟ ମଧ୍ୟ ପ୍ରକାଶ କରିଛି। ଶୋ’ର ନିର୍ମାତାମାନେ ଶୋ’ର ସର୍ବଶେଷ ପ୍ରୋମୋକୁ କଲର୍ସ ଟିଭିର ସୋସିଆଲ ମିଡିଆରେ ସେୟାର କରିଥିଲେ, ଯେଉଁଥିରେ ସଲମାନ ଖାନ ଥିମ୍ ଠାରୁ ପ୍ରିମିୟର ତାରିଖ ଏବଂ ସମୟ ପର୍ଯ୍ୟନ୍ତ ପ୍ରଶଂସକମାନଙ୍କୁ ସୂଚନା ଦେଉଥିବାର ନଜର ଆସିଛନ୍ତି । ପ୍ରମୋ ଦେଖିବା ପରେ ପ୍ରଶଂସକଙ୍କ ଉତ୍ସାହ ବଢି ଯାଇଛି।
ବୁଧ ଚଳନ: ଏହି ୫ ରାଶି ହେବେ ଭାଗ୍ୟଶାଳୀ,ଚମକିବ ଭାଗ୍ୟ, ମିଳିବ ଧନ, ସଫଳତା..
ସଲମାନ ଖାନଙ୍କ ଦ୍ୱାରା ଆୟୋଜିତ ହେବାକୁ ଥିବା ଏହି ଶୋ’ର ଥିମ୍ ‘ଟାଇମ୍ କା ତାଣ୍ଡବ’ ଉପସ୍ଥାପନ ହୋଇ ସାରିଛି। ଯେଉଁ ଥିରେ ରହିଛି ହାଇଡ୍ରାମା ଏବଂ ସସପେନ୍ସ । ପ୍ରୋମୋ ରିଲିଜ୍ କରି ନିର୍ମାତା ମାନେ କହିଛନ୍ତି, ବିଗ୍ ବସ୍ ଏକ ନୂଆ ମୋଡ ଆଣିବ । ସଲମାନ କହିଛନ୍ତି, ବିଗ୍ ବସ୍ ଦେଖିବେ ଘର ଲୋକଙ୍କ ଭବିଷ୍ୟତ । ବର୍ତ୍ତମାନ ସମୟର ହେବ ତାଣ୍ଡବ । ଏଥର ଶୋ’ରେ କାହାକୁ ଦେଖିବାକୁ ମିଳିବ ତାହା ଉପରେ ରହିଛି ସମସ୍ତଙ୍କ ନଜର ।
ଦେଖନ୍ତୁ ଆଶ୍ଚର୍ଯ୍ୟ କରିବ ଷଣ୍ଢର ଏହି ଭିଡିଓ; ପ୍ରଥମେ ତଳେ ପକାଇ ମାରିଲେ, ତା’ପରେ ଶ୍ରଦ୍ଧାଳୁଙ୍କୁ..
ପ୍ରୋମୋକୁ ଶେୟାର କରି ଲେଖାଯାଇଛି, ଏଥର ଘରେ ହଇଚଇ ହେବ । କାରଣ ବିଗ୍ ବସ୍ରେ ଖାଲି ହେବ ‘ଟାଇମ୍ର ତାଣ୍ଡବ’ । କିଏ କିଏ ବଦଳାଇବେ ନିଜର ଭାଗ୍ୟ? ଦେଖନ୍ତୁ ୬ ଅକ୍ଟୋବରରେ ରାତି ୯ଟାରେ ବିଗ୍ ବସ୍ ୧୮ ଗ୍ରାଣ୍ଡ ପ୍ରିମିୟର ।



