ଦେଖନ୍ତୁ ଆଶ୍ଚର୍ଯ୍ୟ କରିବ ଷଣ୍ଢର ଏହି ଭିଡିଓ; ପ୍ରଥମେ ତଳେ ପକାଇ ମାରିଲେ, ତା’ପରେ ଶ୍ରଦ୍ଧାଳୁଙ୍କୁ..
ନୂଆଦିଲ୍ଲୀ : ଭାରତ ଦେଶରେ ଅନେକ ମନ୍ଦିର ରହିଛି । ସେଠାରେ ଭକ୍ତ ଭଗବାନଙ୍କୁ ପୂଜାର୍ଚ୍ଚନା କରି ଥାଆନ୍ତି । ମନ୍ଦିରରେ ଭଗବାନଙ୍କୁ ପୂଜାର୍ଚ୍ଚନା କରିବା ଭଳି ତାଙ୍କ ବାହନକୁ ମଧ୍ୟ ପୂଜାର୍ଚ୍ଚନା କରାଯାଉଥିବା ଦେଖାଯାଏ । କୁହାଯାଏ ନନ୍ଦି ଭଗବାନ ଶିବ ଶଙ୍କରଙ୍କୁ ଖୁବ୍ ପ୍ରିୟ । ସୋସିଆଲ ମିଡିଆରେ ମନ୍ଦିର ଭିତରେ ଜଣେ ଭକ୍ତ-ଷଣ୍ଢଙ୍କ ଏପରି ଏକ ଭିଡିଓ ଭାଇରାଲ୍ ହେଉଛି, ଯାହାକୁ ନଦେଖିଲେ ବିଶ୍ୱାସ କରିହେବ ନାହିଁ । ଏହି ଭିଡିଓ ଆପଣଙ୍କୁ ଆଶ୍ଚର୍ଯ୍ୟ ଚକିତ ସହ ଭୟଭୀତ ମଧ୍ୟ କରିବ।
ବୁଧ ଚଳନ: ଏହି ୫ ରାଶି ହେବେ ଭାଗ୍ୟଶାଳୀ,ଚମକିବ ଭାଗ୍ୟ, ମିଳିବ ଧନ, ସଫଳତା..
Shiva forgives you and embraces you as a Father… And he is nandi maharaj dearest of Mahadev 🙏🙌 pic.twitter.com/d0x31hinRw
— Vineeta Singh 🇮🇳 (@biharigurl) September 8, 2024
ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓ ଏବେ ଲୋକଙ୍କ ଧ୍ୟାନକୁ ବେଶ ଆକର୍ଷିତ କରୁଛି। ଭିଡିଓରେ ଦେଖି ପାରିବେ ମନ୍ଦିର ନିକଟରେ ଏକ ଷଣ୍ଢକୁ ଖୁବ୍ ସୁନ୍ଦର ଭାବେ ସଜାଯାଇଛି । ହଠାତ୍ ସେହି ସମୟରେ ଷଣ୍ଢଟି ଜଣେ ଶ୍ରଦ୍ଧାଳୁଙ୍କ ନିକଟକୁ ଯାଇ ନିଜ ଶିଙ୍ଗରେ ମାରି ତଳେ ପକାଇ ଦେଉଛି । ତାଙ୍କ ନିକଟରେ ହିଁ ରହୁଛି । ଶ୍ରଦ୍ଧାଳୁ ଜଣକ ତଳେ ପଡିଯିବା ପରେ ସେଠାରୁ ଦୌଡିବାକୁ ଚେଷ୍ଟା ନକରି ବରଂ ଷଣ୍ଢଙ୍କ ଗୋଡକୁ ବାରମ୍ବାର ବାରମ୍ବାର ଧରୁଛନ୍ତି । ହାତ ଯୋଡି ମୁଣ୍ଡିଆ ମାରୁଛନ୍ତି । ସେଠାରେ ଥିବା ଅନ୍ୟ ଜଣେ ଭକ୍ତ ଷଣ୍ଢକୁ କାବୁ କରିବାକୁ ଚେଷ୍ଟା କରୁଛନ୍ତି । ମାତ୍ର ଷଣ୍ଢଙ୍କ ଗୋଡକୁ ବାରମ୍ବାର ଧରି ତଳେ ପଡିଥିବା ଶ୍ରଦ୍ଧାଳୁ ଜଣକ ତାଙ୍କୁ ଶାନ୍ତ କରି ଦେଉଛନ୍ତି । ଷଣ୍ଢ ମଧ୍ୟ ଶାନ୍ତ ହୋଇ ଯାଉଥିବା ଭିଡିଓରେ ଦେଖିପାରିବେ। ଭିଡିଓକୁ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି।
ମାତ୍ର ୫୦ ଟଙ୍କା : ଜିଓ ଦେଉଛି ମାଗଣା ରିଚାର୍ଜ, ବର୍ଷଯାକ ମିଳିବ ଅସୀମିତ ଡାଟା ସହ ଏସବୁ ସୁବିଧା..
Comments are closed.