www.samajalive.in
Saturday, December 6, 2025
23.1 C
Bhubaneswar

ଚନ୍ଦ୍ରପୃଷ୍ଠରେ ପ୍ରାଚୀନ ଆଗ୍ନେୟଗିରି ଠାବ କଲା ପ୍ରଜ୍ଞାନ ରୋଭର

ସମାଜ ଡିଜିଟାଲ ଡେସ୍କ: ଭାରତର ଚନ୍ଦ୍ରଯାନ-୩ ଅଭିଯାନ ୨୦୨୩ରେ ସଫଳ ହୋଇଥିଲା। ବିଶ୍ଵର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ପାଦ ରଖିଥିଲା। ସେବେଠାରୁ ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରୁ ନୂଆ ନୂଆ ତଥ୍ୟ ଆବିଷ୍କାର କରିବା ସହିତ ସେସବକୁ ଭାରତକୁ ପଠାଉଛି। ନିକଟରେ ପ୍ରଜ୍ଞାନ ରୋଭର ଚନ୍ଦ୍ରପୃଷ୍ଠରେ ଏକ ପ୍ରାଚୀନ ଆଗ୍ନେୟଗିରି ଉଦ୍‌ଗିରଣ ଠାବ କରିବାରେ ସଫଳ ହୋଇଛି।


ପ୍ରଜ୍ଞାନ ଯେଉଁଠାରେ ଅବତରଣ କରିଥିଲା ତାହା ଆଖପାଖରେ ଏହି ପ୍ରାଚୀନ ଆଗ୍ନେୟଗିରି ଠାବ ହୋଇଛି, ଯାହାର ଚଉଡ଼ା ପ୍ରାୟ ୧୬୧ କିଲୋମିଟର ହେବ। ଏହି ତଥ୍ୟ ସମ୍ପର୍କରେ ଅହମ୍ମଦାବାଦସ୍ଥିତ ଭୌତିକ ଗବେଷଣା ପରୀକ୍ଷାଗାରର ବୈଜ୍ଞାନିକମାନଙ୍କ ଦ୍ଵାରା ପ୍ରକାଶିତ ସାଇନ୍ସ ଡାଇରେକ୍ସ ସଂସ୍କରଣରେ ପ୍ରକାଶ ପାଇଛି।

- Advertisement -

ଦକ୍ଷିଣ ମେରୁର ଐଟକେନ ବେସିନଠାରୁ ୩୫୦ କିଲୋମିଟର ଦୂରରେ ଏହି ମୃତ ଆଗ୍ନେୟଗିରି ରହିଛି। ଚନ୍ଦ୍ରପୃଷ୍ଠରେ ଏହା ସବୁଠୁ ବଡ଼ ଏବଂ ପ୍ରାଚୀନ ଆଗ୍ନେୟଗିରି ବା ଭୂତାତ୍ତ୍ଵିକ ଢାଞ୍ଚା ବୋଲି କୁହାଯାଉଛି। ଏହି ଆଗ୍ନେୟଗିରି ଯୋଗୁ ଦକ୍ଷିଣ ମେରୁ-ଐଟକେନ ବେସିନ ସୃଷ୍ଟି ହୋଇଥିବା ବୈଜ୍ଞାନିକମାନେ ବିଶ୍ଵାସ କରୁଛନ୍ତି। ସମୟକ୍ରମେ ଏହାର ଅଧିକାଂଶ ଭାଗ ଧ୍ବଂସପ୍ରାପ୍ତ ହୋଇଆସିଥିବା ରିପୋର୍ଟରେ ଦର୍ଶାଯାଇଛି।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories