www.samajalive.in
Saturday, December 6, 2025
15.1 C
Bhubaneswar

ମକା ଖାଇବା ବେଳେ ଏହି ଦିଗ ପ୍ରତି ସଚେତନ ରୁହନ୍ତୁ

ବର୍ଷାଦିନ ଆରମ୍ଭ ହେଲେ ଅନେକ ରୋଗ ସଂକ୍ରମଣ ହେବାର ଭୟ ରହିଥାଏ। ବଦଳୁଥିବା ପାଣିପାଗରେ ନିଜକୁ ସୁସ୍ଥ ରଖିବା ଅନେକ କଷ୍ଟକର ଅଟେ। ସେଥିପାଇଁ ବିଶେଷ କରି ବର୍ଷାଦିନେ ସ୍ୱାସ୍ଥ୍ୟର ଠିକ ଭାବେ ଯତ୍ନ ନେବା ଉଚିତ। ବର୍ଷାଦିନେ ଚାହା ଓ ପକୁଡି ଖାଇବାକୁ ସମସ୍ତଙ୍କୁ ଭଲ ଲାଗିଥାଏ। କିନ୍ତୁ ଏହା ଅଧିକ ଖାଇବା ଦ୍ୱାରା ସ୍ୱାସ୍ଥ୍ୟରେ ସମସ୍ୟା ସୃଷ୍ଟି ହୋଇଥାଏ। ସେହିପରି ବର୍ଷାଦିନେ ମକା ଖାଇବାକୁ ମଧ୍ୟ ଅନେକ ସମୟରେ ଇଚ୍ଛା ହୋଇଥାଏ। କିନ୍ତୁ ମକା ଖାଇବା ସମୟରେ ଅନେକ କଥା ପ୍ରତି ଧ୍ୟାନ ଦେବା ଉଚିତ..ଏହି କଥା ଉପରେ ଧ୍ୟାନ ଦିଅନ୍ତୁ:
ମକା ଖାଇବା ପରେ ପାଣି ପିଅନ୍ତୁ ନାହିଁ:
ମକା ଖାଇବା ପରେ ସଙ୍ଗେ ସଙ୍ଗେ ପାଣି ପିଇବା ଅନୁଚିତ। ଏହାଦ୍ୱାରା ଆମ ପାଚନ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି ହୋଇଥାଏ। ମକାରେ ଷ୍ଟ୍ରାର୍ଚ ଭରପୂର ମାତ୍ରାରେ ରହିଛି। ତେଣୁ ମକା ଖାଇବା ପରେ ପାଣି ପିଇବା ଦ୍ୱାରା ପେଟ ସମସ୍ୟା ହୋଇଥାଏ। ଏସିଡିଟି, ପେଟ ଦରଜ ପରି ସମସ୍ୟା ଦେଖା ଦେଇଥାଏ। ତେଣୁ ମକା ଖାଇବାର ୩୦ ରୁ ୩୫ମିନିଟ ପରେ ପାଣି ପିଇବା ଉଚିତ।ସତେଜ ମକା ଖାଆନ୍ତୁ:
ମକା ଖାଇବା ବେଳେ ସର୍ବଦା ସତେଜ ଓ ଗରମ ମକା ଖାଆନ୍ତୁ। ନିଜେ ଭଲ ମକା ଦେଖି ସିଝାଇ କିମ୍ବା ପୋଡି ଖାଆନ୍ତୁ। ପୂର୍ବରୁ ରଖା ଯାଇଥିବା ମକା ଖାଇବା ଦ୍ୱାରା ପେଟ ଦରଜ ହୋଇଥାଏ।ଲେମ୍ବୁ ଓ ମସଲା ସହ ମକା ଖାଆନ୍ତୁ:
ମକାରେ ଲେମ୍ବୁ ଓ ମସଲା ଲଗାଇ ଖାଇବା ଦ୍ୱାରା ଏହା ଅତ୍ୟନ୍ତ ସ୍ୱାଦିଷ୍ଟ ଲାଗିଥାଏ। ମକାରେ ଲେମ୍ବୁ ଓ ମସଲା ଲଗାଇ ଖାଇବା ଦ୍ୱାରା ଏହା ଶୀଘ୍ର ଖାଦ୍ୟକୁ ହଜମ କରିବାରେ ସାହାର୍ଯ୍ୟ କରିଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories