www.samajalive.in
Friday, December 5, 2025
20.1 C
Bhubaneswar

ଭାରତ ବନ୍ଦ ପାଳନ ବେଳେ କଂଗ୍ରେସକର୍ମୀଙ୍କ ତୁମୁଳ କାଣ୍ଡ

କଟକ: ଭାରତ ବନ୍ଦ ପାଳନ ବେଳେ ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀଙ୍କ ତୁମୁଳ କାଣ୍ଡ ଦେଖିବାକୁ ମିଳିଛି। ପୁରୀ ଜିଲା କାକଟପୁର, ସମତେ ନବରଙ୍ଗପୁର ଓ ବାଲେଶ୍ବର ଜିଲାରେ କଂଗ୍ରେସକର୍ମୀମାନେ ସରକାରୀ କାର୍ଯ୍ୟାଳୟ ମଧ୍ୟକୁ ଧସେଇ ପଶିବା ସହ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି।

ବନ୍ଦ ପାଳନ ସମୟରେ କଂଗ୍ରେସକର୍ମୀମାନେ କାକଟପୁର ତହସିଲ୍ କାର୍ଯ୍ୟାଳୟର ମୁଖ୍ୟ ଫାଟକ ଭାଙ୍ଗିବା ସହ ଜଣେ କର୍ମଚାରୀଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ସେହିପରି ନବରଙ୍ଗପୁରରେ ଜିଲାପାଳଙ୍କ କାର୍ଯ୍ୟାଳୟ ଖୋଲା ଥିବାରୁ ଆନ୍ଦୋଳନକାରୀମାନେ କାର୍ଯ୍ୟାଳୟ ପରିସର​‌ରେ ହୋହାଲ୍ଲା କରିବା ସହ ଫାଟକ ଭାଙ୍ଗିଛନ୍ତି । ବାଲେଶ୍ବର ଜିଲା ରେମୁଣା ବିଡିଓ କାର୍ଯ୍ୟାଳୟରେ କଂଗ୍ରେସକର୍ମୀମାନେ ଧସେଇ ପଶି ଭଙ୍ଗାରୁଜା କରୁଥିବା ଜଣାପଡିଛି ।

- Advertisement -

ଏହି ପ୍ରସଙ୍ଗରେ ତଦନ୍ତ ପାଇଁ ପିସିସ ସଭାପତି ୩ ଜଣିଆ କମିଟି ଗଠନ କରିଛନ୍ତି । ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ବାଳଙ୍କ ନେତୃତ୍ବରେ ଏହି କମିଟି ଗଠନ ହୋଇଛି । ଭଙ୍ଗାରୁଜା ଘଟଣାରେ କଂଗ୍ରେସକର୍ମୀଙ୍କ ସଂପୃକ୍ତ ରହିଛି କି ନାହିଁ, ଏନେଇ କମିଟି ତଦନ୍ତ କରିବ । ହିଂସାକାଣ୍ଡରେ କେହି କଂଗ୍ରେସକର୍ମୀ ସଂପୃକ୍ତ ଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ପିପିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories