www.samajalive.in
Saturday, December 6, 2025
14.1 C
Bhubaneswar

ଜାଣନ୍ତୁ, ପୂଜାରେ ବ୍ୟବହୃତ ସାମଗ୍ରୀର ମହତ୍ତ୍ୱ

ଈଶ୍ୱରଙ୍କ ଉପାସନାରେ ବ୍ୟବହୃତ ହେଉଥିବା ଅନେକ ସାମଗ୍ରୀ ଯଥା ଧୂପ-ଦୀପ, ଫୁଲ, ଫଳ ଓ ପ୍ରସାଦର ଅନେକ ମହତ୍ତ୍ୱ ରହିଛି। ଏହି ସାମଗ୍ରୀ ପୂଜାକୁ ସଫଳ କରିବାରେ ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ଅଟେ। ତେଣୁ ମନ୍ଦିରରେ କିଛି ସମୟ ପର୍ଯ୍ୟନ୍ତ ବସିବା ଦ୍ୱାରା ମନକୁ ଶାନ୍ତି ମିଳିଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ଭଗବାନଙ୍କୁ ଭିନ୍ନ ଭିନ୍ନ ରୂପରେ ପୂଜା କରିବା ବେଳେ କେଉଁ କେଉଁ ସାମଗ୍ରୀ ବ୍ୟବହୃତ ହୁଏ। ଆସନ୍ତୁ ଜାଣିବା ପୂଜାରେ ବ୍ୟବହୃତ ସାମଗ୍ରୀର ପ୍ରୟୋଗ କିମ୍ବା ବ୍ୟବହାର କିପରି କରାଯାଇଥାଏ ..ପୂଜା ସମୟରେ ଧୂପର ବିଶେଷ ପ୍ରୟୋଗ:
ବ୍ୟକ୍ତିର ମନରେ ଏକାଗ୍ରତା ଆଣିବା ପାଇଁ ସୁଗନ୍ଧର ବ୍ୟବହାର କରାଯାଇଥାଏ। ଦୁଃଶ୍ଚିନ୍ତାରୁ ମୁକ୍ତ କରିବା ପାଇଁ ମଧ୍ୟ ଏହା ବ୍ୟବହାର କରାଯାଇଥାଏ। ସୁଗନ୍ଧ ଦ୍ୱାରା ବ୍ୟକ୍ତି ମନରୁ ଅନେକ ଚିନ୍ତା ଦୂର ହୋଇଥାଏ। ତେଣୁ ପୂଜା କରିବା ବେଳେ ସୁଗନ୍ଧଯୁକ୍ତ ଧୂପ ବ୍ୟବହାର କରାଯାଇଥାଏ। ବିଶେଷ କରି ପୂଜା ସମୟରେ ଚନ୍ଦନର ସୂଗନ୍ଧଯୁକ୍ତ ଧୂପ ବ୍ୟବହାର କରିବା ଉତ୍ତମ ହୋଇଥାଏ।ପୂଜା ସମୟରେ ଦୀପର ମହତ୍ତ୍ୱ:
ପୂଜା ସମୟରେ ସମସ୍ତେ ଦୀପ ଜଳାଇଥାନ୍ତି। ଯେକୌଣସି ଉପାସନା ପାଇଁ ମଧ୍ୟ ଦୀପ ବ୍ୟବହୃତ ହୋଇଥାଏ। ଭିନ୍ନ ଭିନ୍ନ ପ୍ରକାରର ଉପାସନା ନିମନ୍ତେ ଅଲଗା ପ୍ରକାର ତେଲର ଦୀପ ବ୍ୟବହାର କରାଯାଏ।
ଈଶ୍ୱରଙ୍କୁ ଆଲୋକର ସ୍ୱରୂପ ବୋଲି କୁହାଯାଏ। ତେଣୁ ଦୀପ ଜଳାଇ ତାର ଜ୍ୟୋତିରେ ଈଶ୍ୱରଙ୍କୁ ସ୍ଥାପିତ କରାଯାଇଥାଏ। ଦୀପରୁ ଏକାଗ୍ରତା ଓ ଶକ୍ତି ପ୍ରାପ୍ତି ହୋଇଥାଏ। ଅନେକ ମୁଖ ଥିବା ଦୀପ ଜଳାଇବା ଦ୍ୱାରା ଅଲଗା ପ୍ରକାରର ମନୋକାମନା ପୂର୍ଣ୍ଣ ହୋଇଥାଏ। ଅନେକାଂଶରେ ଏକମୁଖୀ ଦୀପ ଜଳାଇବା ସବୁଠାରୁ ଉତ୍ତମ ଅଟେ।ପୂଜା-ଉପାସନାରେ ପ୍ରସାଦର ମହତ୍ତ୍ୱ:
ଈଶ୍ୱରଙ୍କର ଭିନ୍ନ ଭିନ୍ନ ରୂପରେ ଅଲଗା ପ୍ରକାରର ପ୍ରସାଦ ଭୋଗ ଲଗା ଯାଇଥାଏ। ଯେଉଁ ପୂଜାରେ ପ୍ରସାଦ ଥାଏ ତାହା ସର୍ବୋତ୍ତମ ହୋଇଥାଏ। ଈଶ୍ୱରଙ୍କ କୃପା ପାଇବା ନିମନ୍ତେ ପ୍ରସାଦ ଚଢା ଯାଇଥାଏ। ଠାକୁରଙ୍କୁ ପ୍ରସାଦ ଚଢାଇବା ପରେ ଆମେ ତାହା ଗ୍ରହଣ କରିବା ଉଚିତ। ପ୍ରସାଦ ରୂପେ ସର୍ବଦା ସାତ୍ତ୍ୱିକ ଦ୍ରବ୍ୟ ଭୋଗ କରନ୍ତୁ। ଫଳ, ମିଠା ଇତ୍ୟାଦିକୁ ଆମେ ପ୍ରସାଦ ରୂପେ ବ୍ୟବହାର କରି ପାରିବା। ପୂଜା ସମୟରେ ଯଦି କିଛି ନଥାଏ ତେବେ ଚିନିକୁ ପ୍ରସାଦ ରୂପେ ବ୍ୟବହାର କରି ପାରିବା। ଧଳା ରଙ୍ଗର ପ୍ରସାଦ ସବୁଠାରୁ ଉତ୍ତମ ବୋଲି କୁହାଯାଇଛି।ପୂଜା ସମୟରେ ଫୁଲର ମହତ୍ତ୍ୱ:
ପ୍ରତ୍ୟେକ ଦେବାଦେବୀଙ୍କୁ ଯେକୌଣସି ଫୁଲ ପ୍ରିୟ ହୋଇଥାଏ। ତେଣୁ ପୂଜା କାର୍ଯ୍ୟରେ ଫୁଲ ଅର୍ପଣ କରିବାର ପରମ୍ପରା ରହିଛି। ପୂଜା ସମୟରେ ଫୁଲ ଅର୍ପଣ କରିବା ନିତାନ୍ତ ଆବଶ୍ୟକ। ଈଶ୍ୱରଙ୍କୁ ଫୁଲ ଅର୍ପଣ କରି ଆମେ ତାଙ୍କ ସମ୍ମୁଖରେ ନିଜର ଭାବନା ଜଣାଇଥାଉ। ଫୁଲ ଅର୍ପଣ କରି ଆମେ ନିଜ ମନକୁ ଶାନ୍ତ କରି ପାରିବା। ଭିନ୍ନ ଭିନ୍ନ ଧରଣ ଓ ରଙ୍ଗର ଫୁଲ ଅଲଗା ପ୍ରକାରର ଭାବନାକୁ ସୂଚାଇଥାଏ। ଫୁଲ ଅର୍ପଣ କରିବା ବେଳେ କେଉଁ ଦେବତାଙ୍କୁ କେଉଁ ଫୁଲ ପ୍ରିୟ ତାହା ଜାଣି ଅର୍ପଣ କରିବା ଉଚିତ। ଏହାଦ୍ୱାରା ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories