www.samajalive.in
Friday, December 5, 2025
23.1 C
Bhubaneswar

ଚିନ୍ତାକଳ୍ପ : ଧର୍ମ ଓ କର୍ତ୍ତବ୍ୟ

କୁରୁକ୍ଷେତ୍ର ପ୍ରାଙ୍ଗଣ। ଉଭୟ ପକ୍ଷର ଅକ୍ଷୌହିଣୀ-ଅକ୍ଷୌହିଣୀ ସୈନ୍ୟସାମନ୍ତ ସହ ବିଭିନ୍ନ ପ୍ରାନ୍ତରୁ ଆସିଥିବା ରାଜାମାନେ ଯୁଦ୍ଧ ନିମିତ୍ତ ପ୍ରସ୍ତୁତ ଥିଲେ। ରଣଭେରୀ ବାଜିବା ମାତ୍ରେ ଶକ୍ତି ପରୀକ୍ଷାରେ ଅବତୀର୍ଣ୍ଣ ହେବେ।​‌ ଏହି ସମୟରେ ଏକ ଅବିଶ୍ବସନୀୟ ଘଟଣା ଦେଖି ଭୀମ, ଅର୍ଜୁନ ତଥା ପାଣ୍ଡବ ପକ୍ଷର ସକଳ ସୁରବୀର ପ୍ରମାଦ ମଣିଥିଲେ। ଦେଖିଲେ ଧର୍ମରାଜ ଯୁଧିଷ୍ଠିର ଚାଲିଚାଲି କୌରବ ଶିବିର ଆଡ଼କୁ ଯାଉଛନ୍ତି। ସେମାନଙ୍କ ଆଡ଼କୁ ଆସୁଥିବାର ଦେଖି କୌରବ ପକ୍ଷର ଦୁ‌େ‌ର୍ଯ୍ୟାଧନ ପ୍ରମୁଖ ଯୋଦ୍ଧାମାନେ ବିଶାଳ ସେନାକୁ ଦେଖି ଭୟଭୀତ ହୋଇ ଯୁଧିଷ୍ଠିର ବୋଧହୁଏ ଯୁଦ୍ଧ ବନ୍ଦ କରି ଶରଣ ନେବାକୁ ଆସିଛନ୍ତି; କିନ୍ତୁ ସବୁ ଅବଗଣନାକୁ ଭୁଲ ପ୍ରମାଣିତ କରି ପିତାମହ ଭୀଷ୍ମଙ୍କ ନିକଟକୁ ପ୍ରଥମେ ଯାଇ ତାଙ୍କୁ ପ୍ରଣାମ କରି ଆଶୀର୍ବାଦ ଭିକ୍ଷା କରିଥିଲେ ଧର୍ମାତ୍ମା ଯୁଧିଷ୍ଠିର। ଭୀଷ୍ମ ଆନନ୍ଦିତ ହୋଇ କହିଥିଲେ- ‘ଧର୍ମରାଜ! ତୁମେ ନିଷ୍ଠାର ସହ ଧର୍ମପାଳନ କରୁଛ। ଅବଶ୍ୟ ବିଜୟୀ ହେବ। ମୁଁ କୌରବଙ୍କ ଅନ୍ନରେ ପ୍ରତିପାଳିତ, ତୁମ ବିରୋଧରେ ଯୁଦ୍ଧ କରିବି ନିଶ୍ଚୟ। ତେବେ ତୁମ ଉପରେ ମୁଁ ପ୍ରସନ୍ନ, ଯାହା ଚାହଁ ସେ ବର ମୋତେ ମାଗିପାର।’
‘ପିତାମହ! ଆପଣ ଇଚ୍ଛାମୃତ୍ୟୁର ବର ପାଇଛନ୍ତି, ଆପଣଙ୍କୁ ପରାଜିତ କରିବା ଅସମ୍ଭବ। ଏ ​‌େ​‌କ୍ଷତ୍ରରେ ଅାମର ବିଜୟ କିପରି ହେବ?’ ‘ଏ ପ୍ରଶ୍ନର ଉତ୍ତର ତୁମେ ଯୁଦ୍ଧ ଭୂମିରେ ହିଁ ପାଇବ। ମୁଁ ପୂର୍ବରୁ କହିବାକୁ ଚାହୁଁନି’ କହିଥିଲେ ପିତାମହ। ‘ଯାହା ଆପଣଙ୍କର ଇଚ୍ଛା’ କହି ଯୁଧିଷ୍ଠିର ଯାଇଥିଲେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ନିକଟକୁ। ଦ୍ରୋଣଙ୍କ ଉପରେ ବିଜୟର କୌଶଳ ପଚାରିଥିଲେ। ପ୍ରିୟ ଶିଷ୍ୟଙ୍କୁ କପଟ ନକରି ଦ୍ରୋଣାଚାର୍ଯ୍ୟ କହିଥିଲେ- ‘ହାତରେ ଅସ୍ତ୍ର ଥିଲେ ମୋତେ ଯୁଦ୍ଧରେ ପରାସ୍ତ କରିବା ଅସମ୍ଭବ। ହେଲେ ଯଦି ବିଶ୍ବସନୀୟ ବ୍ୟକ୍ତିଙ୍କ ଦ୍ବାରା ଅପ୍ରିୟ ସମ୍ବାଦ ଶୁଣି ମୁଁ ଅସ୍ତ୍ରତ୍ୟାଗ କରେ ତାହା ହିଁ ମୋର ମୃତ୍ୟୁର (ପରାଜୟ) କାରଣ ହେବ।’ କୁଳଗୁରୁ କୃପାଚାର୍ଯ୍ୟଙ୍କ ନିକଟକୁ ଯାଇଥିଲେ; କିନ୍ତୁ ତାଙ୍କୁ ତାଙ୍କ ମୃତ୍ୟୁର ଉପାୟ ଅଥବା ପରାଜୟର ରହସ୍ୟ ପଚାରି ପାରିନଥିଲେ। କାରଣ ଇଚ୍ଛା ବିରୋଧରେ ଯୁଦ୍ଧରେ ବିଜୟୀ ହେବା ନିମିତ୍ତ ପିତାମହ ଭୀଷ୍ମ ଓ ଦ୍ରୋଣଙ୍କୁ ସେମାନଙ୍କ ମୃତ୍ୟୁ-ପରାଜୟ ରହସ୍ୟ ପଚାରି ଥିବାରୁ ଦୁଃଖରେ ତାଙ୍କର ଅନ୍ତର ଭରି ଯାଇଥିଲା। ଏହା ଲକ୍ଷ୍ୟ କରି ଦିବ୍ୟଦ୍ରଷ୍ଟା କୃପାଚାର୍ଯ୍ୟ ଯୁଧିଷ୍ଠିରଙ୍କୁ କହିଥିଲେ -‘ବତ୍ସ! ମୁଁ କଥା ଦେଉଛି, ତୁମର ବିଜୟ ପଥରେ ପ୍ରତିବନ୍ଧକ ହେବିନାହିଁ, ତୁମର ବିଜୟ, ଧର୍ମର ବିଜୟ ନିମନ୍ତେ ମୁଁ ଈଶ୍ବରଙ୍କଠାରେ ପ୍ରାର୍ଥନା କରୁଛି। ଯୁଦ୍ଧରେ ବିଜୟୀ ହେବା ନିମନ୍ତେ ଶତ୍ରୁପକ୍ଷ ହେଲେ ହେଁ ଗୁରୁଜନମାନଙ୍କ ଆଶୀର୍ବାଦ ଓ ଆଜ୍ଞା ପ୍ରାର୍ଥନା ଭିତରେ ନିହିତ ଥିଲା ଧର୍ମରାଜଙ୍କ କର୍ତ୍ତବ୍ୟ ଓ ଧର୍ମ। ଏହା ପାଳନ କରି ସେ ବିଜୟର ପଥ ସୁଗମ କରିଥିଲେ।

Hot this week

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

ବିଷାକ୍ତ ଗ୍ୟାସ ଲିକ୍ : ଦୁଇ ମୃତ ,ଦଶହଜାର ପ୍ରଭାବିତ

ସମାଜ ଲାଇଭ ଡ଼େସ୍କ : ଝାଡ଼ଖଣ୍ଡର ଧନବାଦରେ ଏକ ଗ୍ୟାସ ଲିକ୍...

‘ମୁଁ ଯୁଦ୍ଧ ବନ୍ଦ କରିବି’-ପୁଣି ଏମିତି ଦୃଢୋକ୍ତି ବାଢିଲେ ଟ୍ରମ୍ପ

ସମାଜ ଡିଜିଟାଲ ଡେସ୍କ: ଦୀର୍ଘ ୩ ବର୍ଷ ହେବ ରୁଷ-ୟୁକ୍ରେନ ଯୁଦ୍ଧ...

ଚିନ୍ତାକଳ୍ପ : ମାନସିକ ଦୁର୍ବଳତା

ସାମର୍ଥ୍ୟ (ବଳ)ର ଅଭାବକୁ ଦୁର୍ବଳ, ଶକ୍ତିହୀନ ବୋଲି ସାଧାରଣତଃ କୁହାଯାଇଥାଏ। ସୀମିତ...

Related Articles

Popular Categories