www.samajalive.in
Monday, December 15, 2025
24.1 C
Bhubaneswar

କୃଷକ ଆନ୍ଦୋଳନ: ସୁପ୍ରିମକୋର୍ଟଙ୍କ ୪ ଜଣିଆ କମିଟିରୁ ଓହରିଲେ ଭୂପିନ୍ଦର ସିଂହ ମାନ୍‌

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଦିଲ୍ଲୀର ବିଭିନ୍ନ ସୀମାରେ କୃଷକମାନଙ୍କ ଆନ୍ଦୋଳନ ଗୁରୁବାର ୫୦ ଦିନରେ ପହଞ୍ଚିଛି। ପ୍ରବଳ ଥଣ୍ଡା ସତ୍ବେ କୃଷକମାନେ ଜିଦରେ ଅଟଳ ରହି ଧାରଣାରେ ବସିଛନ୍ତି। ଯେପର୍ଯ୍ୟନ୍ତ ୩ଟି ଯାକ ଆଇନ ପ୍ରତ୍ୟାହାର ନ ହୋଇଛି, ସେଯାଏ ଆନ୍ଦୋଳନରୁ ସେମାନେ ଓହରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଏହା ମଧ୍ୟରେ କୃଷି ଆଇନର ସମୀକ୍ଷା ଲାଗି ସୁପ୍ରିମକୋର୍ଟଙ୍କ ଦ୍ବାରା ଗଠିତ ୪ ଜଣିଆ କମିଟିରୁ ଜଣେ ସଦସ୍ୟ ଭୂପିନ୍ଦର ସିଂହ ମାନ୍‌ ଓହରିଯାଇଛନ୍ତି। ୧୫ ତାରିଖରେ କମିଟିର ବୈଠକ ବସିଥାନ୍ତା। ଏହା ପୂର୍ବରୁ ଜଣେ ସଦସ୍ୟ ଓହରିଯିବା ପରେ ବୈଠକକୁ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି।

ସୁପ୍ରିମକୋର୍ଟଙ୍କ ଦ୍ବାରା ଗଠିତ କମିଟିରୁ ଓହରିଯିବା ପରେ ଭୂପିନ୍ଦର କହିଛନ୍ତି, ସେ କୃଷକମାନଙ୍କ ଭାବାବେଗକୁ ଦୃଷ୍ଟିରେ ରଖି କମିଟିରୁ ବାହାରି ଯାଇଛନ୍ତି। ସେ କୃଷକଙ୍କ ସହିତ ସବୁବେଳେ ଛିଡ଼ା ହୋଇଛନ୍ତି ଏବଂ ଆଗକୁ ଛିଡ଼ା ହେବେ। ସେମାନଙ୍କ ହିତ ବିରୋଧରେ କେବେ ବି ଯିବେ ନାହିଁ ବୋଲି ଭୂପିନ୍ଦର କହିଛନ୍ତି।

- Advertisement -

ଅନ୍ୟପଟେ ଭାରତୀୟ କୃଷକ ସଂଗଠନର ମୁଖପାତ୍ର ରାକେଶ ଟିକାୟତ କହିଛନ୍ତି ଯେ, ଭୂପିନ୍ଦର ସିଂହ ମାନ ସୁପ୍ରିମକୋର୍ଟଙ୍କ କମିଟିରୁ ଓହରିଯିବା ପରେ କୃଷକ ଆନ୍ଦୋଳନର ବୈଚାରିକ ବିଜୟ ହୋଇଛି। ଭୂପିନ୍ଦର ଆନ୍ଦୋଳନରେ ସାମିଲ ହେବା ଲାଗି ଆମେ ତାଙ୍କୁ ଆମନ୍ତ୍ରଣ କରୁଛୁ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories