www.samajalive.in
Saturday, December 6, 2025
15.1 C
Bhubaneswar

ଜେଲରୁ ଫେରି ଦୁଷ୍କର୍ମ ପୀଡ଼ିତାଙ୍କୁ ହଇରାଣ କରୁଥିଲା ଅଭିଯୁକ୍ତ, ଆତ୍ମହତ୍ୟା କରିଦେଲେ ନାବାଳିକା ପୀଡ଼ିତା

ଜଣେ ଦୁଷ୍କର୍ମ ପୀଡ଼ିତା ନାବାଳିକା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଅଭିଯୁକ୍ତ ଜେଲରୁ ଫେରି ତାଙ୍କୁ ବାରମ୍ବାର ହଇରାଣ କରୁଥିବାରୁ ଏଥିରେ ହତୋତ୍ସାହିତ ହୋଇ ନାବାଳିକା ଜଣକ ଏପରି ଚରମ ପଦକ୍ଷେପ ନେଇଛନ୍ତି। ଉତ୍ତର ପ୍ରଦେଶର ବାନ୍ଦା ଜିଲାରେ ଏହି ଅଭାବନୀୟ ଘଟଣା ଘଟିଛି। କିନ୍ତୁ ପୁଲିସ ଏହାକୁ ଭିନ୍ନ ରଙ୍ଗ ଦେଇଛି। ମା’ଙ୍କ ଗାଳି ଯୋଗୁ ଝିଅଟି ଆତ୍ମହତ୍ୟା କରିଥିବା ପୁଲିସ କହିଛି।

ସୂଚନା ଅନୁସାରେ, ପୈଲାନୀ ଥାନା ଅଞ୍ଚଳର ଏକ ଗାଁରେ ଗତ ମଙ୍ଗଳବାର ରାତିରେ ୧୭ ବର୍ଷୀୟା ନାବାଳିକାଟି ନିଜ ଘରେ ବେକରେ ରଶି ଲଗାଇ ଝୁଲି ପଡ଼ିଥିଲେ। ଘର ଲୋକ ଏହା ଜାଣି ପାରି ନ ଥିଲେ। ଅନେକ ସମୟ ଧରି ଝିଅକୁ ନ ଦେଖିବାରୁ ଖୋଜାଖୋଜି କରିଥିଲେ। ଶେଷର ଝିଅର ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା।

- Advertisement -

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଝିଅର ବାପା କହିଛନ୍ତି, ୧୦ ବର୍ଷ ତଳେ ଗାଁର ଜଣେ ଯୁବକ ତାଙ୍କ ଝିଅ ସହ ଦୁଷ୍କର୍ମ କରିଥିଲା। ଏହି ଘଟଣାରେ ଅଭିଯୁକ୍ତଙ୍କୁ ୭ ବର୍ଷ ଜେଲ ଦଣ୍ଡ ମିଳିଥିଲା। ମାତ୍ର ଯୁବକ ଜଣକ ନିକଟରେ ଜେଲରୁ ଫେରି ପୁଣି ଥରେ ତାଙ୍କ ଝିଅକୁ ବାରମ୍ବାର ହଇରାଣ କରୁଥିଲା। ଏହି କାରଣରୁ ତାଙ୍କ ଝିଅ ଆତ୍ମହତ୍ୟା କରିଛି।

ତେବେ ଖପ୍ଟିହା ଫାଣ୍ଡି ଅଧିକାରୀ ଦିନେଶ କୁମାର କହିଛନ୍ତି, ମା’ର ଗାଳି ସହି ନ ପାରି ଝିଅଟି ଆତ୍ମହତ୍ୟା କରିଛି। ଝିଅର ବାପା ଜଣେ ଦିବ୍ୟାଙ୍ଗ। ସେ କୌଣସି କାର୍ଯ୍ୟ କରନ୍ତି ନାହିଁ। ଘରର ଆର୍ଥିକ ସ୍ଥିତି ଠିକ୍‌ ନାହିଁ। ମୃତା ନାବାଳିକା ମଜରୁୀ ଲାଗି ଘର ଚଳାନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories