www.samajalive.in
Saturday, December 13, 2025
26.1 C
Bhubaneswar

ଏମସିଏଲ ସିଏମଡିଙ୍କୁ ସାକ୍ଷାତ କଲେ ସଦର ବିଧାୟିକା

ସୁନ୍ଦରଗଡ଼ : ମହାନଦୀ କୋଲ ଫଲ୍‌ଡର ବୁର୍ଲାସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ସଦର ବିଧାୟିକା କୁସୁମ ଟେଟେ ଏମସିଏଲର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପ୍ରଭାତ କୁମାର ସିହ୍ନାଙ୍କୁ ସାକ୍ଷାତ କରି ନବ ବର୍ଷର ଅଭିନନ୍ଦନ ଜଣାଇବା ସହ ସଦର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରି ଚାଲୁଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ନିତ କରିବା ପାଇଁ ଅନୁରୋଧ କରିଥିଲେ । ଶ୍ରୀ ସିହ୍ନା ମଧ୍ୟ ବିଧାୟିକାଙ୍କ ଦାବି ଓ ସମସ୍ୟା ସଂପର୍କରେ ଅବଗତ ହୋଇ ସାକାରାତ୍ମକ ଢଙ୍ଗରେ  ପ୍ରତିଶୃତି ଦେଇଥିଲେ । ସମସ୍ୟା ଓ ଦାବି ଗୁଡ଼ିକ ମଧ୍ୟରେ ସୁନ୍ଦରଗଡ଼ଠାରୁ କାଲୋବାହାଲ ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ଓ ଏହାର ପ୍ରଶସ୍ତିକରଣ ପାଇଁ ପୂର୍ତ୍ତ ବିଭାଗ କରିଥିବା ୧୩୨ କୋଟି ଟଙ୍କାର ଅଟକଳ ଜମା କରି ଶୀଘ୍ର ଟେଣ୍ଡର ପ୍ରକିୟା, ବିଧାୟିକାଙ୍କ ଦ୍ୱାରା କରାଯାଉଥିବା ଜନଶୁଣାଣିରେ ଗ୍ରାମବାସୀଙ୍କ ଦାବି ଥିବା ବିଭିନ୍ନ କାର୍ଯ୍ୟ ପାଇଁ ଅର୍ଥ ମଞ୍ଜୁର ସହ ପାରିପାର୍ଶ୍ବିକ ଗ୍ରାମ ଗୁଡ଼ିକର ଦାବି ଶୀଘ୍ର ସଂପାଦନ କରିବା ସହ ବିଭିନ୍ନ ଗ୍ରାମରେ ନିଜର ସଂସ୍କୃତିକୁ ରକ୍ଷା କରିବା ପାଇଁ ଖୋଲାମଞ୍ଚ ଏବଂ ଗୋଷ୍ଠୀ କେନ୍ଦ୍ର ନିର୍ମାଣ, ପ୍ରକଳ୍ପ ଅଧିକୃତ ଅଞ୍ଚଳରେ ପରିପାଶ୍ୱିର୍କ ପାଣ୍ଠିରୁ ସାମଗ୍ରୀକ ବିକାଶ ଉପରେ ଗୁରୁତ୍ୱାରୋପ, କୋଲ କରିଡର ରାସ୍ତାର ଶୀଘ୍ର ନିର୍ମାଣ ନେଇ ଦାବି, ବିସ୍ଥାପିତ ହୋଇଥିବା ଗ୍ରାମବାସୀଙ୍କୁ କିପରି ଶୀଘ୍ର ଅନୁକମ୍ପା ରାଶି ସହ ଚାକିରି ସେ ନେଇ ବିଧାୟିକା ଦାବି ଜଣାଇଥିଲେ । ଯେଉଁ ଅଞ୍ଚଳରେ ପାଣିର ସମସ୍ୟା ଅଛି ସେଠାରେ ପାଣି ଟାଙ୍କି ନିର୍ମାଣ ସହ ପୋଖରୀ ଗ୍ରୀଷ୍ମ ପୂର୍ବରୁ ପୁନରୁଦ୍ଧାର ହୋଇପାରିବ ସେ ନେଇ ଦାବି ଜଣାଇଥିଲେ । ବିଧାୟିକା ଟେଟେଙ୍କ ସହ ତାଙ୍କ ପ୍ରତିନିଧି ଅସୀମ ପଟେଲ ସାମିଲ ଥିଲେ ବୋଲି ତାଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories