ଭୁବନେଶ୍ୱର: ଟିଡିସିସିଏଲର ପୂର୍ବତନ ଜିଏମ୍ ରୋହିତ କୁମାର ପରିଡ଼ାଙ୍କ ଠାରୁ ନଗଦ ୫.୫୪ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ୍। ସୂଚନା ଅନୁସାରେ, ଓଡ଼ିଶା ଭିଜିଲାନ୍ସର ଏକ ଦଳ ୩୧ ତାରିଖ ଦିନ ଆର୍ ଉଦୟଗିରି ଟିଡିସିସିଏଲ(ଆଦିବାସୀ ବିକାଶ ସମବାୟ ନିଗମ ଲିମିଟେଡ)ର ପୂର୍ବତନ ଜିଏମ୍ ରୋହିତ କୁମାର ପରିଡ଼ା ଭୁବନେଶ୍ୱର ଅଭିମୁଖେ ଯାଉଥିବାବେଳେ ଯାତ୍ରା କରୁଥିବା ବସକୁ ଚନ୍ଦ୍ରଗିରିରେ ଅଟକାଇଥିଲା ଭିଜିଲାନ୍ସ । ତାଙ୍କ ନିକଟରୁ ନଗଦ ଟଙ୍କା ୫.୫୪ ଲକ୍ଷ ଟଙ୍କା ମିଳିଥିଲା। ଏତେ ପରିମାଣର ଟଙ୍କା ସେ କେଉଁଠୁ ଆଣିଲେ ବୋଲି ସେ ନେଇ ଅଧିକ ତଦନ୍ତ ଜାରି ରହିଛି। ଶ୍ରୀ ପରିଡ଼ାଙ୍କର ଏକକାଳୀନ ତିନିଟି ସ୍ଥାନରେ ଚଢ଼ାଉ ଚାଲିଛି।
Popular Categories



