ଜଳଖିଆ ଦୋକାନୀ ସସ୍ମିତା ବେହେରା ହତ୍ୟା ମାମଲା: ଘୁଗୁନି ଦେଲେନି ବୋଲି ମାରିଦେଲା

ଭୁବନେଶ୍ଵର: ଚନ୍ଦକା ଥାନା ଗୋଠପାଟଣା ମହିଳା ଜଳଖିଆ ଦୋକାନୀ ସସ୍ମିତା ବେହେରା ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ଘଟଣାର ଦୀର୍ଘ ୨୩ ଦିନ ପରେ ହତ୍ୟାକାରୀ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି। ହତ୍ୟାକାରୀ ମିଥୁନ ଜେନାକୁ ଗିରଫ କରି ଘଟଣା ସ୍ଥଳକୁ ଯାଇ ସିନ୍ ରିକ୍ରିଏଟ୍ କରିଛି ଚନ୍ଦକା ଥାନା ପୁଲିସ। ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଛୁରୀ ମଧ୍ୟ ପୁଲିସ ଜବତ କରିଛି। ଅଭିଯୁକ୍ତର ଘର ଗଙ୍ଗପାଟଣା ତଳସାହି ବୋଲି ଜଣାପଡ଼ିଛି। ତେବେ ଘୁଗୁନି ଖାଇବାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।

ସୂଚନା ମୁତାବକ, ଗତ କିଛି ଦିନ ତଳେ ମିଥୁନ ସସ୍ମିତାଙ୍କ ଜଳଖିଆ ଦୋକାନକୁ ଖାଇବାକୁ ଆସିଥିଲେ। ଘୁଗୁନି ଖାଉଥିବା ବେଳେ ବାରମ୍ବାର ଘୁଗୁନି ମାଗିବାକୁ ନେଇ ସସ୍ମିତା ଏବଂ ମିଥୁନଙ୍କ ମଧ୍ୟରେ ବଚସା ହୋଇଥିଲା। ଏନେଇ ମନରେ ରାଗ ରଖିଥିବା ମିଥୁନ ଗତ ୬ ତାରିଖରେ ସସ୍ମିତାଙ୍କୁ ଛୁରୀ ଭୁସି ଦେଇଥିଲେ। ଗୁରୁତର ଅବସ୍ଥାରେ ସସ୍ମିତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତ ୭ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା।

Comments are closed.