ଭୁବନେଶ୍ବର: ଭୁବନେଶ୍ବର ମୈତ୍ରୀ ବିହାର ଥାନା ଦୁଇ ଶହ ଫୁଟିଆ ରାସ୍ତାରେ ଘଟିଛି ଅଘଟଣ । ଭାରସାମ୍ୟ ହରାଇ ୪୦ ଫୁଟ୍ ତଳକୁ କାର୍ ଖସିପଡ଼ିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ପାୱାର ଗ୍ରିଡ ଦେଇ ଦୁଇଶହ ଫୁଟିଆ ରାସ୍ତାରେ ଜାଭିୟର ଛକ ଆସୁଥିବା ବେଳେ ଟର୍ଣ୍ଣିଂରେ ଭାରସାମ୍ୟ ହରାଇ ୪୦ ଫୁଟ ତଳକୁ ଖସି ପଡ଼ିଥିଲା। କାର ଚାଳକଙ୍କ ନାମ ବିଜୟ ପଣ୍ଡା । ନାଳ ପାଣିରେ ଓଲଟା ପଡ଼ିଥିବାରୁ କାରର ଝର୍କା ଖୋଲିଲାନି। ଯାହା ଫଳରେ କାର୍ ଭିତରେ ଚାଳକ ବି ଫସି ରହିଲେ। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ପିସିଆର ଓ ଦମକଳ ବାହିନୀଙ୍କ ପାଇଁ ଚାଳକ ନୂଆ ଜୀବନ ପାଇଛନ୍ତି। ପରିବାର ଲୋକ ପୁଲିସ୍ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।
Popular Categories



