ଭାରତୀୟ ଯୋଗ ଚିକିତ୍ସକ ସଂଘର ବୈଠକ
ଭୁବନେଶ୍ବର: ଭାରତୀୟ ଯୋଗ ଚିକିତ୍ସକ ସଂଘ, ଓଡିଶା ଶାଖା କୋର କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ସଂଘର ଅଧ୍ୟକ୍ଷ ଗଦାଧର ମହାପାତ୍ର, ସଭାପତି ବନମାଳୀ ରଥ, ସମ୍ପାଦକ ଆଦିତ୍ୟ କୁମାର ଜେନା, ସହ ସମ୍ପାଦକ ଡା. ଅୟଶକାନ୍ତ ଦାସ ଓ ମନୋଜ ମୁଖାର୍ଜୀ, ଅଜିତ ନାୟକ, କୋଷାଧ୍ୟକ୍ଷ ଅଶ୍ୱିନୀ ପତି ପ୍ରମୁଖ ଉପସ୍ଥିତ ରହିଥିଲେ।
ଓଡ଼ିଶାର ୩୦ଟି ଜିଲାରେ ୧୫୦୦ ଯୋଗ ଥେରାପିଷ୍ଟମାନଙ୍କର ନିଯୁକ୍ତି କରାଯାଇଛି। ସେମାନଙ୍କ ପାଇଁ ସଙ୍ଘର କାର୍ଯ୍ୟ ବିସ୍ତାର ଓ ପ୍ରଶିକ୍ଷଣ ଶିବିର ୧୦୦ଘଣ୍ଟାର ଯୋଜନା ପ୍ରସ୍ତୁତି କରାଗଲା। ଆଗାମୀ ଦିନରେ ଯୋଗଥେରାପିକୁ ଆଧାର କରି ଏକ ସୁସ୍ଥ ଓ ନିରୋଗ ସମାଜ ଗଠନ କରିବାକୁ ସଂକଳ୍ପ ନିଆଯାଇଥିଲା। ଶେଷରେ ସମ୍ପାଦକ ଆଦିତ୍ୟ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.