www.samajalive.in
Monday, December 15, 2025
24.1 C
Bhubaneswar

ବ୍ରିଟିଶ ନୌସେନାରେ ପ୍ରଥମ ଅଣଖ୍ରୀଷ୍ଟୀୟ ଧର୍ମଗୁରୁ

ଲଣ୍ଡନ: ବ୍ରିଟିଶ ନୌସେନା(ରୟାଲ ନେଭି)ରେ ପ୍ରଥମ କରି ଜଣେ ଅଣଖ୍ରୀଷ୍ଟୀୟ ଧର୍ମଗୁରୁଙ୍କୁ ନିଯୁକ୍ତି ମିଳିଛି। ଏହି ଧର୍ମଗୁରୁ ଜଣଙ୍କ ହେଲେ ଭାନୁ ଆଟ୍ରି (୩୯)। ଭାନୁ ହିମାଚଳ ପ୍ରଦେଶରେ ଜନ୍ମ ହେବା ସହିତ ଏଠାରେ ବଢିଥିଲେ। ଏବେ ସେ ଏସେକ୍ସରେ ରହୁଛନ୍ତି। ସେ ବ୍ରିଟେନ ରୟାଲ ନାଭାଲ କଲେଜରୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେ ରୟାଲ ନେଭିର ପ୍ରଥମ ଅଣ ଖ୍ରୀଷ୍ଟିଆନ ଧର୍ମଗୁରୁ। ନୌସେନାରେ ନିଯୁକ୍ତି ଧର୍ମଗୁରୁ ନୌସୈନିକଙ୍କୁ ଧାର୍ମିକ, ଜୀବନ ଧାରଣ ପ୍ରଣାଳୀ ଓ ମାନସିକ ବିକାଶ ନିମନ୍ତେ ଆବଶ୍ୟକ ପରାମର୍ଶ ଦେଇଥାନ୍ତି। ଏପରି କି ନୌସୈନିକଙ୍କୁ ସେମାନଙ୍କ କାର୍ଯ୍ୟସ୍ଥଳରେ ସେ ଆବଶ୍ୟକ ପରାମର୍ଶ ଦେଇଥାନ୍ତି। ଭାନୁ ଲଣ୍ଡନର ଏକ ହିନ୍ଦୁ ମନ୍ଦିରରେ ପ୍ରାୟ ୧୦ବର୍ଷ ଧରି ପୂଜାପାଠ କରିଆସୁଥିଲେ। ରୟାଲ ନେଭିରେ ଏବେ ପ୍ରାୟ ୪୦ଜଣ ହିନ୍ଦୁ ସୈନିକ କାର୍ଯ୍ୟ କରୁଛନ୍ତି। ବ୍ରିଟେନ ସୈନ୍ୟବାହିନୀରେ ଏବେ ପ୍ରାୟ ୧୫୫୦ ଜଣ ହିନ୍ଦୁ ସୈନିକ ଓ କର୍ମଚାରୀ ଅଛନ୍ତି।

ଇସ୍ରାଏଲର ଗାଜା ବିଜୟ ଅଭିଯାନ

- Advertisement -

 

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories