ଭଞ୍ଜନଗର : ଯୁବକଙ୍କ ତଣ୍ଟି ସହ ହାତ ଗୋଡ କାଟି ବିଭତ୍ସ ହତ୍ୟା । ଭଞ୍ଜନଗର ବଡଗଡ ଥାନା ରାଇବନ୍ଧ ଗାଁରେ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକଙ୍କର ତଣ୍ଟି କାଟିବା ସହ ହାତ ଗୋଡ କାଟି ଅତି ବିଭତ୍ସ ଭାବରେ ହତ୍ୟା କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଘଟଣା ଘଟିବା ପରେ ଦୁର୍ବୁତ୍ତମାନେ ଫେରାର୍ ହୋଇଯାଇଛନ୍ତି। ପରିବାର ଲୋକଙ୍କ ପକ୍ଷରୁ ସେହି ଗାଁର ଜଣେ ଯୁବକଙ୍କ ନାଁରେ ଥାନାରେ ଏତଲା ହୋଇଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
Popular Categories



