www.samajalive.in
Tuesday, December 9, 2025
15.1 C
Bhubaneswar

ଫିଲ୍ମ ଷ୍ଟାଇଲରେ ଲୁଟ୍: ଅବକାରୀ ଟିମ୍ ହାତରୁ ଛଡାଇନେଲେ ମହୁଲ ଭର୍ତ୍ତି ପିକ୍‌ଅପ୍

ମୟୁରଭଞ୍ଜ: ମୟୁରଭଞ୍ଜରେ ମହୁଲ ମାଫିଆଙ୍କ ଆତଙ୍କରାଜ। ଅଭିନବ ଉପାୟରେ ଅବକାରୀ ବିଭାଗ ଟିମ୍ ହାତରୁ ଛଡାଇନେଲେ ମହୁଲ ଭର୍ତ୍ତି ପିକଅପ୍। ମହିଳା ଅବକାରୀ ଏସଆଇଙ୍କୁ ଗାଡିରେ ବସାଇ ୧୬ କ୍ଵିଣ୍ଟାଲ ମହୁଲ ଛଡାଇନେଲେ। କପ୍ତିପଦା ଥାନା ଜାରଡା ଗାଁରେ ଏଭଳି ଅଘଟଣ ଦେଖିବାକୁ ମିଳିଛି। ସୂଚନା ଅନୁସାରେ କପ୍ତିପଦା ଥାନା ନିକଟରେ ମହୁଲ ବୋଝେଇ ପିକଅପ୍ ଭ୍ୟାନକୁ ଜବତ କରି ୪ ଜଣଙ୍କୁ ଗିରଫ କରିଥିଲା ଅବକାରୀ ବିଭାଗ। ଅବକାରୀ ସବ ଇନ୍ସପେକ୍ଟର ସୁଦର୍ଶିନୀ ସାହୁ ମହୁଲ ବୋଝେଇ ପିକଅପ୍ ଟିକୁ ଉଦଳା କାର୍ଯ୍ୟାଳୟକୁ ଆଣୁଥିଲେ। ଜାରଡା ଛକ ନିକଟରେ ମାଫିଆମାନେ ଗାଡିଟିକୁ ଅଟକାଇଥିଲେ। ଡ୍ରାଇଭରଙ୍କୁ ମାଡ ମାରି ଓହ୍ଲାଇ ଦେଇ ଗାଡି ସହ ମହିଳା ଅଧିକାରୀଙ୍କୁ ସାଙ୍ଗରେ ନେଇ ଯାଇଥିଲେ। ଅବକାରୀ ସବ୍‌ ଇନ୍ସପେକ୍ଟରଙ୍କ ସାମ୍ନାରେ ଜବତ ମହୁଲ କୁ ଘରେ ରଖି ଗାଡି ଟିକୁ ଫେରାର୍ କରି ଦେଇଥିଲେ। ଖବର ପାଇ ସ୍ଥାନୀୟ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମହୁଲ କୁ ଜବତ କରିଛି। ଗାଡିଟିକୁ ଛଡାଇ ନେଇଥିବା ମାଫିଆମାନେ ଫେରାର୍ ହୋଇଯାଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories