www.samajalive.in
Tuesday, December 9, 2025
26.1 C
Bhubaneswar

ରଣକ୍ଷେତ୍ର ପାଲଟିଲା ବୁଗୁଡା ବ୍ଲକ କାର୍ଯ୍ୟାଳୟ, ଜଣେ ଗୁରୁତର

ଭଞ୍ଜନଗର : ବୁଗୁଡା ବ୍ଲକ କାର୍ଯ୍ୟାଳୟ ପରିସର ଶନିବାର ଅପରାହ୍ନରେ ରଣକ୍ଷେତ୍ର ପାଲଟିଛି। ବୁଗୁଡା ପଞ୍ଚାୟତବାସୀ ୪ ବିଜେଡି କର୍ମୀଙ୍କୁ ବ୍ଲକ କାର୍ଯ୍ୟାଳୟରେ ନିସ୍ତୁକ ମାଡ ମାରିବା ଅଭିଯୋଗ ହୋଇଛି। ବ୍ଲକ ସଭାପତି ଓ ବିଜେଡି କାଉନସିଲରଙ୍କୁ ପିଟିବା ସହିତ ବ୍ଲକ ଚେୟାରମ୍ୟାନଙ୍କ ସ୍ୱାମୀ ଓ ଜଣେ କର୍ମୀଙ୍କୁ ମଧ୍ୟ ନିସ୍ତୁକ ମାଡ଼ ମାରିଥିବା ଜଣାପଡିଛି। ଘଟଣାସ୍ଥଳରେ ଉତ୍ତ୍ୟକ୍ତଲୋକେ ଢେଲାପଥର ମାଡ଼ ସହିତ କାର୍ଯ୍ୟାଳୟ ପରିସରରେ ଭଙ୍ଗାରୁଜା କରିଥିଲେ।
ଖବରଅନୁସାରେ ଗୋଲିଆ ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟ ହେଉ ନଥିବା ଏବଂ ଉଦେଶ୍ୟମୂଳକ ଭାବେ ବିଧାୟକ କାମ କରାଇ ଦେଉ ନଥିବା ନେଇ ପଞ୍ଚାୟତବାସୀ ବିଡିଓଙ୍କୁ ଅଭିଯୋଗ କରିବାକୁ ଆସିଥିବା ବେଳେ ୪ ବିଜେଡି କର୍ମୀ ସେମାନଙ୍କୁ ଅଟକାଇ ଥଲେ। ଏଥିରେ ପଞ୍ଚାୟତବାସୀ ଉତକ୍ଷିପ୍ତ ହୋଇ ବିଜେଡି କର୍ମୀଙ୍କୁ ଗୋଡାଇ ପିଟି ଥିଲେ। ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏଥିରେ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ଖବରପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବା ସହ ୨ ପ୍ଲାଟୁନ୍‍ ପୁଲିସ ଫୋର୍ସ ମୁତୟନ କରାଯାଇଛି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

Related Articles

Popular Categories