www.samajalive.in
Tuesday, November 18, 2025
27.1 C
Bhubaneswar

କଲେଜ ଛାତ୍ରଙ୍କୁ ଆକ୍ରମଣ ଘଟଣା: ଅଭିଯୁକ୍ତ ଗିରଫ

ଗୋପାଳପୁର: ଗୋପାଳପୁର କଲେଜର ଯୁକ୍ତ ୩ ବିଜ୍ଞାନ ଛାତ୍ର ବି. ତାତାରାଓଙ୍କୁ  ଆକ୍ରମଣ ଘଟଣା । ପୁଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ନାବାଳକ ଜଣକ ସାଇବାବା ସାହୁ ବୋଲି ଜଣାପଡିଛି। ଶନିବାର ନୂଆ ବକ୍ସିପଲ୍ଲୀର ତାତାରାଓ ଗୋପାଳପୁର କଲେଜରୁ  ପରୀକ୍ଷା ଦେଇ ଫେରୁଥିଲେ। ଏହି ସମୟରେ କଲେଜ ନିକଟରେ କିଛି ଦୁବୁର୍ତ୍ତ ଏକ ବାଇକରେ ଆସି ତାଙ୍କୁ ଚେନ, ଲୁହା ରଡ଼, ମାଛ କଟା କାତିରେ ଆକ୍ରମଣ କରିଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଏ ନେଇ ସେ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ୍ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ନାବାଳକ କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Hot this week

ଏକ୍ସ ଓ ଚାଟ୍‌ଜିପିଟି ସର୍ଭର ଡାଉନ୍

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଏବଂ ଚାଟ୍ ଜିପିଟି ସର୍ଭର...

ବିମାନ ୩ ଘଣ୍ଟା ବିଳମ୍ବ, ପୁଣେ ବିମାନବନ୍ଦରରେ ତିକ୍ତତା

ପୁଣେ, ୧୮ା୧୧: ପୁଣେ ବିମାନବନ୍ଦରରେ ମଙ୍ଗଳବାର ଇଣ୍ଡିଗୋର ପୁଣେ-ଦିଲ୍ଲୀ ବିମାନ(୬ଇ ୬୭୬୩)...

ମୃତଦେହ ଝୁଣି ଖାଉଛି କୁକୁର

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ ମଣିଷ ଶରୀରକୁ ଝୁଣି ଖାଉଛି କୁକୁର। ବିଲ...

ଗୁରୁବାର ଶପଥ ନେବେ ନୀତିଶ

ସମାଜ ଲାଇଭ ଡ଼େସ୍କ : ବିହାରର ଦଶମ ମୁଖ୍ୟମନ୍ତ୍ରୀ ଭାବେ ଆଗାମୀ...

୫୦ କୋଟିରେ ତିଆରି ହେଲା ମୁଖ୍ୟାଳୟ, ବୈଠକ ଗୃହ କରିବାକୁ ଭୁଲିଗଲେ

ସମାଜଲାଇଭ ଡେସ୍କ: ୫୦ କୋଟି ଖର୍ଚ୍ଚ କରି ମୁଖ୍ୟାଳୟ ତିଆରି କଲେ।...

Related Articles

Popular Categories