www.samajalive.in
Monday, December 8, 2025
13.1 C
Bhubaneswar

ନର୍ସିଂ ଛାତ୍ରୀଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ, ଯୁବକ ଗିରଫ

ଗୋପାଳପୁର: ଜଣେ ନର୍ସିଂ ଛାତ୍ରୀଙ୍କୁ  ଅପହରଣ ପରେ ଦୁଷ୍କର୍ମ କରିବା ମାମଲାରେ ଗୋଳନ୍ଥରା ଥାନା ପୁଲିସ ଗୁରୁବାର ଅଭିଯୁକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ଗଜପତି ଜିଲା ଅଡବା ଥାନା ଅଧୀନସ୍ଥ ପାଣିଗଣ୍ଡା ଗ୍ରାମର ସନିଆ ବଡ଼ ନାୟକ (୨୩)। ଅଡବା ଥାନା ଅଞ୍ଚଳର ଜଣେ ନାବାଳିକା ଛାତ୍ରୀ ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ଅଞ୍ଚଳରେ ଥିବା ଏକ ନର୍ସିଂ କଲେଜ​‌ରେ ପଢନ୍ତି। ଗତ ୫ ତାରିଖ ସନ୍ଧ୍ୟାରେ କଲେଜ ତରଫରୁ ତାଙ୍କ ବାପାଙ୍କୁ ଫୋନ ଯୋଗେ ଝିଅ ପିଉସୀଙ୍କ ଘରକୁ ଯାଇଥିବା କହି କଲେଜକୁ ଫେରି ନ ଥିବା ଜଣାଇଥିଲେ। ଖବରପାଇ ନାବାଳିକାଙ୍କ ବାପା କଲେଜରେ ପହଞ୍ଚିଥିଲେ। ଏ ନେଇ ସେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ମାମଲା (୫୩୮/୨୪) ରୁଜୁ କରି ତଦନ୍ତ ଚଳାଇଥିଲା। ଗୁରୁବାର ସକାଳେ ପୁଲିସ ଭଞ୍ଜନଗର ଅଞ୍ଚଳରେ ଚଢ଼ାଉ କରି ଅଭିଯୁକ୍ତକୁ ଗିରଫ କରିବା ସହିତ ଅପହୃତା ନାବାଳିକା ଛାତ୍ରୀକୁ ଉଦ୍ଧାର କରିଥିଲା। ପରେ ପୁଲିସ ଅଭିଯୁକ୍ତ ଏବଂ ପୀଡ଼ିତାଙ୍କର ଡାକ୍ତରୀମାଇନା କରାଇଥିଲା।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories