www.samajalive.in
Wednesday, December 10, 2025
15.1 C
Bhubaneswar

ସାଧାରଣ ଗାଡି ନୁହେଁ, ସୁରକ୍ଷା ରଥ – ୩୦ଟି ଜରୁରୀକାଳୀନ ପ୍ରଶମନ ସହାୟତା ଯାନ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଡେସ୍କ: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କଟକ-ଭୁବନେଶ୍ୱର କମିଶନରେଟ ପୋଲିସ ପାଇଁ ୩୦ଟି ଜରୁରୀକାଳୀନ ପ୍ରଶମନ ସହାୟତା ଯାନର ଲୋକାର୍ପଣ କରିଛନ୍ତି। ପୁଲିସ କମିଶନରେଟ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏଗୁଡିକ ସାଧାରଣ ଗାଡି ନୁହେଁ, ଗୋଟିଏ ଗୋଟିଏ ସୁରକ୍ଷା ରଥ।

ଏହି ଅବସରରେ ଗୃହ ବିଭାଗରେ ପ୍ରାୟ ୧୦ ହଜାର ପଦବୀ ଖୁବ୍‌ ଶୀଘ୍ର ପୂରଣ କରାଯିବା ସହ ୫ ହଜାର ଗୃହରକ୍ଷୀ ପଦବୀ ପୂରଣ ଓ ଗୃହରକ୍ଷୀମାନଙ୍କର ଦୈନିକ ଭତ୍ତା ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି।

- Advertisement -

ସୂଚନା ଅନୁଯାୟୀ, ଲୋକାର୍ପିତ ହୋଇଥିବା ୩୦ଟି ଯାନ ମଧ୍ୟରୁ ଭୁବନେଶ୍ୱର ପାଇଁ ୨୨ଟି ଏବଂ କଟକ ପାଇଁ ୮ଟି ଗାଡି କାର୍ଯ୍ୟ କରିବ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories