ଆରମ୍ଭ ହେଲା ଶ୍ରୀରଙ୍ଗ ସମାଗମ-୨୦୨୪: ପ୍ରଦର୍ଶିତ ହେଲା ବେଙ୍ଗଲି ହିନ୍ଦୀ ଦ୍ଵିଭାସି ନାଟକ “ସାତ ଘରିଆ” ଏବଂ ସମ୍ବଲପୁରୀ ନାଟକ “ଲାଲପାଏନ” ମନମୋହିଲା

ବୁର୍ଲା : ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସମ୍ବଲପୁରର ଶ୍ରୀକଲଚରାଲ ଏସୋସିଏସନ୍ ଓ ସମ୍ବଲପୁର ବିଶ୍ଵବିଦ୍ୟାଳୟର ପ୍ରଦର୍ଶନ କଳା ବିଭାଗର ମିଳିତ ଆନୁକୂଲ୍ୟରେ ସମ୍ବଲପୁର ବିଶ୍ଵବିଦ୍ୟାଳୟର ବିଜୁ ପଟ୍ଟନାୟକ ଅଡ଼ିଟୋରିୟମ୍‌ ଠାରେ ଜାତୀୟ ନାଟ୍ୟ ଉତ୍ସବ “ ଶ୍ରୀରଙ୍ଗ ସମାଗମ – ୨୦୨୪” ଗୁରୁବାର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଯାଇଛି ।
ଉଦ୍‌ଘାଟନୀ ସନ୍ଧ୍ୟାରେ ସମ୍ବଲପୁର ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଡ ବିଧୁଭୂଷଣ ମିଶ୍ର, କୁଳସଚିବ ଡ ନୃପରାଜ ସାହୁ, ପ୍ରଦର୍ଶନ କଳା ବିଭାଗର ସଂଯୋଜକ ପ୍ରଫେସର ଡ ଗୋପୀନାଥ ବାଗ୍ ଓ ପୂର୍ବତନ ସଂଯୋଜକ ପ୍ରଫେସର ଡ. ଜଗଦୀଶ ପ୍ରସାଦ ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଶ୍ରୀକଲଚରାଲ ଏସୋସିଏସନ୍‌ର ନିର୍ଦ୍ଦେଶକ ସତ୍ୟରଞ୍ଜନ ବେହେରା ସଭା କାର୍ଯ୍ୟ ସଂଯୋଜନା କରିଥିଲେ ଏବଂ ଏଥିରେ ତାଙ୍କୁ ସହଯୋଗ କରିଥିଲେ ପ୍ରଦର୍ଶନ କଳା ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଅରବିନ୍ଦ ପଣ୍ଡା ।
ଏହି ନାଟ୍ୟ ଉତ୍ସବର ପ୍ରାୟୋଜକ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଥିବା ବେଳେ ଏଥିରେ ସହଯୋଗ କରୁଛନ୍ତି ମହାନଦୀ କୋଲ୍ ଫିଲ୍‌ଡସ ଲିମିଟେଡ଼। ଉଦ୍‌ଘାଟନୀ ସନ୍ଧ୍ୟାରେ ପ୍ରଥମେ ଶାନ୍ତପୁର ରଙ୍ଗପୀଠ କୋଲକାତା, ପଶ୍ଚିମବଙ୍ଗ ପକ୍ଷରୁ ବିଶ୍ୱଜିତ୍ ବିଶ୍ୱାସଙ୍କ ରଚିତ ଓ ନିର୍ଦ୍ଦେଶିତ ବଙ୍ଗଳା ଓ ହିନ୍ଦୀ ଦ୍ଵିଭାଷୀ ନାଟକ “ସାତ ଘରିଆ” ପ୍ରଦର୍ଶିତ ହୋଇଥିଲା । ଚମ୍ପିଆ ଏକ ଦଳିତ ମହିଳା । ନିଜର ସୁରକ୍ଷା ଓ ଜୀବିକା ନିମି ପରିସ୍ଥିତିବଶତଃ ସେ ଛଅ ଥର ବିବାହ କରେ । ତଥାପି ୪୦ ବର୍ଷ ପରେ ପୁର୍ନବାର ଏକାକିନୀ ହୋଇଯାଏ ସେ । ପୁଣି ଜଣେ ପୁରୁଷ ତା’ର ଭାବି ସ୍ଵାମୀ ପାଲଟେ ଏକ ସ”ରେ । ବିଦ୍ରୋହୀ ଚମ୍ପିଆ ମନରେ ଅନେକ ପ୍ରଶ୍ନ । ସବୁବେଳେ ପୁରୁଷ କ’ଣ ସ୍ତ୍ରୀକୁ ଚୟନ କରୁଥିବ? ସ୍ତ୍ରୀ କାହିଁକି ତା’ର ସ୍ୱାମୀକୁ ଚୟନ କରି ପାରିବ ନାହିଁ । ଭାବି ସ୍ଵାମୀର ସ`କୁ ପ୍ରତ୍ୟାଖ୍ୟାନ କରି ସେ ନିଜେ ଚୟନ କରେ ନିଜ ପସନ୍ଦର ସ୍ଵାମୀ । ଏହିଭଳି ଏକ ସମ୍ବେଦନଶୀଳ କଥାବସ୍ତୁ ଆଧାରିତ ଏହି ନାଟକଟି ବେଶ୍ ମନ୍ତ୍ରମୁଗ୍‌ଧ କରିଥିଲା ଦର୍ଶକଙ୍କୁ ।
ଉଦ୍‌ଘାଟନୀ ସନ୍ଧ୍ୟାର ଦ୍ବିତୀୟ ନାଟକ ଭାବେ ମିରର୍ ଥିଏଟର ବେଲ୍‌ପାହାଡ଼ର ଡ. ସୁବାଷ ଚନ୍ଦ୍ର ପ୍ରଧାନଙ୍କ ରଚିତ ଓ ନିର୍ଦ୍ଦେଶିତ ବହୁ ଚର୍ଚ୍ଚିତ ସମ୍ବଲପୁରୀ ନାଟକ “ଲାଲପାଏନ୍” ପ୍ରଦର୍ଶିତ ହୋଇଥିଲା । ହୀରାକୁଦ ନଦୀବନ୍ଧ ଯୋଜନାରେ ବୁଡ଼ି ଯାଇଥିବା ଗାଁ ଓ ଗାଁର ଅଗଣିତ ଲୋକଙ୍କର ମର୍ମନ୍ତୁଦ କାହାଣୀ ସେମାନଙ୍କୁ ଦୁଃଖ ଦୈନ୍ୟ ହିଁ ଏହି ନାଟକର ମୁଖ୍ୟ ଉପଜୀବ୍ୟ । ପାଣିର ରଙ୍ଗ ନ ଥାଏ। ଯେଉଁ ରଙ୍ଗରେ ପାଣି ମିଶେ ସେହି ରଙ୍ଗକୁ ଧାରଣ କରେ । ତେଣୁ ବୁଢ଼ି ଅଂଚଳର ଗାଁଗଣ୍ଡା ଧନ, ଜୀବନକୁ ଭସାଇ ନେଇଥିବା ପାଣିର ରଙ୍ଗ ଅନ୍ୟ କିଛି ନୁହେଁ କେବଳ ‘ଲାଲ୍’ । ଏହି ବା କୁ ବହନ କରୁଥିବା ଲାଲ୍ ପାଏନ୍ ନାଟକଟି ବେଶ୍ ଚି କର୍ଷକ ହୋଇଥିଲା ଏବଂ ଏହା ଥିଲା ଏହି ନାଟକର ୧୮୦ତମ ପ୍ରଦର୍ଶନ । ନାଟକ ଶେଷରେ ଉଭୟ ନାଟକର ନିର୍ଦ୍ଦେଶକ ଓ କଳାକାରମାନଙ୍କୁ ମ ଉପରେ ସମ୍ବନ୍ଧିତ କରାଯାଇଥିଲା ।
ଏହି ଅବସରରେ ପୃଥ‌ିବୀର ଦୀର୍ଘତମ ନାଟକ ଭାବେ ବିଶ୍ଵରେକର୍ଡ ସୃଷ୍ଟି କରିଥିବା ସମ୍ବଲପୁରୀ ନାଟକ “କାଏନ୍‌ଜୁରୀ” ପାଇଁ ଏହି ନାଟକର ପ୍ରଯୋଜନା ସଂସ୍ଥା ମିରର୍ ଏଟର ଓ ଏହାର ନାଟ୍ୟକାର ତଥା ନିର୍ଦ୍ଦେଶକ ଡ ସୁବାଷଚନ୍ଦ୍ର ପ୍ରଧାନଙ୍କୁ “ପହିଲ୍‌ ପରଶ୍ ନାଟ୍ୟ ସମ୍ମାନ”ରେ ସମ୍ମାନିତ କରାଯାଇଥିଲା ।

Comments are closed.